Saturday , June 3 2023
Breaking News
Home / ବିଶେଷ / ବଲାଙ୍ଗୀର ଜିଲ୍ଲା କାରାଗାରରେ ଆଜୀବନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର ଜିଲ୍ଲା କାରାଗାରରେ ଆଜୀବନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର,୨୫/୦୫/୨୦୨୩ (ଓଡ଼ିଶା ସମାଚାର)- ବଲାଙ୍ଗୀର ଜିଲ୍ଲା କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ବେଲପଡ଼ା ଥାନା ସର୍ଗିଗୁଡ଼ା ଗାଁର ସୁନାଧର ବାଗ (୭୦ବର୍ଷ) ବୋଲି ଜଣାପଡ଼ିଛି। ସୁନାଧର ୨୦୦୭ ମସିହାରେ ଜଣେ ନାବାଳକ ହତ୍ୟା ଘଟଣାରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ଆଜୀବନ ସଜା କାଟୁଥିଲେ । ଆଜି (ଗୁରୁବାର) ସକାଳୁ ସୁନାଧର ନିଶ୍ଵାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଜେଲ୍ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ସୁନାଧରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ଶବ  ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ।

Leave a Reply

Your email address will not be published.