Saturday , June 3 2023
Breaking News
Home / ବିଶେଷ / ପିଡବ୍ଲୁଡି ବିଭାଗ ଅବହେଳାରୁ ୮ ବର୍ଷ ଧରି ରାସ୍ତାରେ ପଡ଼ିଛି ଭଙ୍ଗାଘର ଭଗ୍ନାବଶେଷ

ପିଡବ୍ଲୁଡି ବିଭାଗ ଅବହେଳାରୁ ୮ ବର୍ଷ ଧରି ରାସ୍ତାରେ ପଡ଼ିଛି ଭଙ୍ଗାଘର ଭଗ୍ନାବଶେଷ

ଯାନବାହାନ ଯାତାୟତରେ ହେଉଛି ଅସୁବିଧା
ନିରାକାରପୁର, ୨୫/୦୫/୨୦୨୩ (ଓଡ଼ିଶା ସମାଚାର)-ଦୀର୍ଘ ୮ ବର୍ଷ ପରେ ବି ବ୍ୟସ୍ତ ବହୁଳ ନୂଆ ଜଗନ୍ନାଥ ସଡ଼କ ରୁ ଉଠି ପାରୁନି ରାସ୍ତା ଓ ପୂର୍ତ୍ତ ବିଭାଗ ଦ୍ଵାରା ଉଚ୍ଛେଦ ହୋଇଥିବା ଘରର ଭଗ୍ନାବଶେଷ। ଯାହା ଦ୍ଵାରା ଦୈନନ୍ଦିନ ଯାତାୟାତ କରୁଥିବା ଶହ ଶହ ଯାନବାହନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛୋଟମୋଟ ଦୁର୍ଘଟଣା ହେଉଥିବା ସହ ବଜାର ଜାମ ହୋଇଯାଉଛି। ବିଭାଗର ଏ ଭଳି ଦାୟିତ୍ବହୀନତା କୁ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଯାତାୟାତ କରୁଥିବା ଯାତ୍ରୀମାନେ ବି ନା ପସନ୍ଦ କରିଛନ୍ତି। ୨୦୧୫ ମସିହାରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ପୂର୍ବରୁ ରାସ୍ତା ଓ ପୂର୍ତ୍ତ ବିଭାଗ ଦ୍ଵାରା ବଲାଙ୍ଗୀର – ପୁରୀ ନୂଆ ଜଗନ୍ନାଥ ସଡ଼କର ରାମେଶ୍ବର ଛକ ଠାରୁ ନିରାକାରପୁର ପର୍ୟ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବର ସରକାରୀ ଜମିରୁ ଉଚ୍ଛେଦ କାର୍ୟ ରାଜସ୍ବ ବିଭାଗ ର ସହାୟତାରେ କରାଯାଇଥିଲା । ରାମେଶ୍ବର ଛକରୁ ନିରାକାରପୁର କଲେଜ ଛକ ପର୍ୟ୍ୟନ୍ତ ଉଚ୍ଛେଦ କାର୍ୟ୍ୟ ଶେଷ ହେବା ପରେ କିଛି କିଛି ଲୋକ ନିଜ ସରକାରୀ ଜମି ଅଧିଗ୍ରହଣ କୁ ବଞ୍ଚାଇବା ଉଦ୍ଦେଶ୍ୟରେ ରହିତାଦେଶ ଆଣିଲେ। ଫଳରେ ସେହି ଠାରୁ ଉଚ୍ଛେଦ ପ୍ରକ୍ରିୟା ପ୍ରାୟତଃ ବନ୍ଦ ହୋଇଯାଇଥିଲା। ନିରାକାରପୁର ବଜାର ମଝିରେ ଗୋଟିଏ ଦୋକାନ ର କିଛି ଅଂଶ ଭଙ୍ଗାଯିବ ପରେ ଷ୍ଟେ ଅର୍ଡର ଯୋଗୁ ଉକ୍ତ ଭଗ୍ନାବଶେଷ ୮ ବର୍ଷ ହେବ ବଜାର ମଝିରେ ଅଦ୍ୟାବଧି ପଡ଼ି ରହି ରାସ୍ତାକୁ ସଂକୁଚିତ କରି ପକାଇଛି। କିନ୍ତୁ ଏଥି ପ୍ରତି ବିଭାଗୀୟ ଅଧିକାରୀ ସମ୍ପୂର୍ଣ ଆଖି ବିଜୁ ଏହାକୁ ଅଣଦେଖା କରୁଛନ୍ତି। ଯାହା ଫଳରେ ଦୈନଦିନ ଏଠାରେ ପ୍ରବଳ ଭିଡ଼ ସାଙ୍ଗକୁ ଦୁର୍ଘଟଣା ମାନ ଘଟୁଛି। ଏମିତି ବି ଗାଡି ଗାଡି ଭିତରେ ଗଣ୍ଡଗୋଳ ର ସୂତ୍ରପାତ ଘଟୁଛି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଏହି ଅଳିଆ ଗଡକୁ ହଟାଇବାକୁ ଦାବି ହେଉଛି।

Leave a Reply

Your email address will not be published.