Monday , June 5 2023
Breaking News
Home / ତାଜା ଖବର / ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ଜଣେ ମୃତ, ୨ ଉଦ୍ଧାର

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ଜଣେ ମୃତ, ୨ ଉଦ୍ଧାର

 ମାଲକାନାଗିରି ୨୫/୦୫/୨୦୨୩ (ଓଡ଼ିଶା ସମାଚାର)- ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି । ସେମାନେ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ମାଛ ଧରୁଥିଲେ। ମାଛ ଧରୁଥିବା ବେଳେ ହଠାତ୍ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ। ୨ଜଣ ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲେ । ନିଖୋଜ ଖବର ପାଇ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ପହଞ୍ଚି ଗ୍ରାମବାସୀଙ୍କୁ ନେଇ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି କୃପା ବେନିଆ । ମୃତ ଓ ଉଦ୍ଧାର ପାଇଥିବା ଲୋକେ ଚିତ୍ରକୋଣ୍ଡା ନିକଟସ୍ଥ ଡାଇକ୍-୩ ଗାଁର ବୋଲି ସୂଚନା ମିଳିଛି।

Leave a Reply

Your email address will not be published.