ଖୋର୍ଦ୍ଧା,୨୫/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଦୁଇଟି ଯାଗାରୁ ଚୋରା ମଦ କାରବାରରେ ସଂପ୍ରୁକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ସଦର ଥାନା ଅନ୍ତର୍ଗତ ବାରାହରପାଟଣାର ନିଳକଂଠ ତ୍ରିପାଠୀ(୩୮) ଓ ଜଂକିଆ ଥାନା ଅନ୍ତର୍ଗତ ଚଂପାଝର ତଳସାହିର ରତ୍ନାକର କୋଦାମସିଂହ (୪୦) । ଉଭୟଙ୍କ ଠାରୁ ୧୦ ଲିଟର ଲେଖାଏଁ ମୋଟ କୋଡିଏ ଲିଟର ଆସିକା ଫର୍ଟି ଜବତ କାରାଯାଇଛି। ଏ ନେଇ ୧୭୦/୨୩ ଓ ୧୭୧/୨୩ ରେ ଦୁଇଟି ମାମଲା ରୁଜୁ ହୋଇଥିବା ଜଂକିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।