ଗରଦପୁର,୨୪/୦୫/୨୦୨୩ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ୍ କୋରୁଆ ମଣ୍ଡଳ ଭାରତିୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ବୈଠକ ତିକନପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । କୋରୁଆ ମଣ୍ଡଳ ଅନ୍ତର୍ଗତ ୬ ପଂଚାୟତର ଜନସାଧାରଣଙ୍କ ନିକଟରେ ମୋଦି ସରକାରଙ୍କ ବିଭିନ୍ନ ସଫଳ ଯୋଜନା ତଥା ଉପଲବଧି ପହଂଚାଇବା ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ ହେବା ସହ ମେଁ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ବିଷୟରେ ଆଲୋଚନା ହୋଇଥିଲା । ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ବିଜେପି ସମ୍ପାଦକ ପ୍ରଜେଶ ରଂଜନ ନାୟକ , ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରଭାରୀ ବିକ୍ରମାଦିତ୍ୟ ସାହୁ , ପୂର୍ବତନ ମଣ୍ଡଳ ସଭାପତି ବିଭୁ ପ୍ରସାଦ ପରିଡ଼ା ଅତିଥି ଭାବେ ଯୋଗଦେଇ ୨୦୨୪ ନିର୍ବାଚନ ରେ ବ୍ୟାପକ ପ୍ରସ୍ତୁତି ସହିତ ଅନେକ ଜନ ସମ୍ପର୍କ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଗନ ବିହାରୀ ମିଶ୍ର, ନଗେନ ରାଉତ, ସବିତା ପାଣି , ଜଗବନ୍ଧୁ ବେହେରା, କୃପାସିନ୍ଧୁ ପ୍ରଧାନ ,ଉଦୟଭାନୁ ମହାରଣା, ହିମାଂଶୁ ଶେଖର ନାଥ, ଦିପକ ବିଶ୍ୱାଳ,ରୂପକ ମୁଦୁଲି, ସଂଗ୍ରାମ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।