ନିଶ୍ଚିନ୍ତକୋଇଲି, ୨୦/୦୫/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମର ଜିଜ୍ଞା ସାଇନି ଦାଶ ଚଳିତ ମାଟ୍ରିକ ପରୀକ୍ଷା ରେ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି । ସେ ପରୀକ୍ଷା ରେ ୫୪୫ ନମ୍ବର ରଖି ଏ ୱାନ୍ ଗ୍ରେଡ଼ ରଖି କୃତୀତ୍ୱ ପ୍ରଦର୍ଶନ କରିଛନ୍ତି ।
ସେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଦେଶ ଓ ଦେଶବାସୀ ଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ସେ ପିତା ମାତା, ଆଈ ମା , କାକା କାକି ଙ୍କ ସମେତ ପରିବାର ସଦସ୍ୟ ଙ୍କ ଆଶୀର୍ବାଦ ରହିଥିବା ପ୍ରକାଶ କରିଛନ୍ତି ।
ସେହିପରି ସେ ଉତୀର୍ଣ୍ଣ ହୋଇଥିବା ଦେମାଣ୍ଡୋ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ , ଟିଉସନ ସାର ଦୁର୍ଗା ପ୍ରସାଦ ଦାଶ, ପିତା ବିଜୟ କୁମାର ଦାଶ ଓ ମାତା ପ୍ରଜ୍ଞା ଶତପଥୀ ଙ୍କ ପ୍ରେରଣା ରହିଥିବା ପ୍ରକାଶ କରିଛନ୍ତି । ସାର୍ଥକତା ପାଇଁ ଏକାଗ୍ର ଏକ ନିଷ୍ଠ ଭାବେ ଅକ୍ଲାନ୍ତ ପରିଶ୍ରମ ଜରୁରୀ ବୋଲି କହିଛନ୍ତି ଜିଜ୍ଞା ସାଇନି । ଓଡ଼ିଶା ସମାଚାର