ଗରଦପୁର, ୧୯/୦୫/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଶେଷ ବର୍ଷ ସମ୍ମାନ ଛାତ୍ର ଛାତ୍ରୀଙ୍କର ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଉତ୍ସବରେ ବିଭାଗିୟ ମୁଖ୍ୟ ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଦୀପ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଉଦଘାଟନ କରିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ନୀରୋଦ କୁମାର ଦାସ , ଡ଼େରାବିଶି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଧମେଶ୍ୱର ନାୟକ , ମାର୍ଶାଘାଇ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ସୁକାନ୍ତ କୁମାର ପ୍ରଧାନ , ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଶୁଭେନ୍ଦୁ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଆମ ଭାଷା ଆମ ପରିଚୟ ଶିର୍ଷକ ରେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀ ସମାପ୍ତି ସାମନ୍ତରାୟ ସ୍ୱାଗତ ସଙ୍ଗିତ ଗାନ କରିଥିବାବେଳେ ଅଧ୍ୟାପକ ସୁରେନ୍ଦ୍ର କୁମାର ମହାରଣା ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଆ ବିଭାଗର ଛାତ୍ରୀ ସୁହାସିନୀ ସାହୁ , ସ୍ନୀଗ୍ଧାରାଣୀ ସାମନ୍ତରାୟ , ପ୍ରିୟଦର୍ଶିନୀ ସ୍ୱାଇଁ , ବଚନ ଗୋଛାୟତ , ହରପ୍ରିୟା ନନ୍ଦି , ସନ୍ଧ୍ୟାରାଣି ସୂତାର ପ୍ରମୁଖ ମହାବିଦ୍ୟାଳୟର ସ୍ମୃତି ଅନୁଭୂତି ବଖାଣିଥିଲେ । ଦୀପ୍ତିମୟୀ ସ୍ୱାଇଁ ଅତିଥି ମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ । ଏହି ଅବସର ରେ ଛାତ୍ର ସାଗର ମଲିକ , ଦେବଯାନୀ ସାହୁ , ମେଘନା ନାଥ , ରାଜଲକ୍ଷ୍ମୀ ଜେନା ପ୍ରମୁଖ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ଅଧିକନ୍ତୁ ଓଡ଼ିଆ ବିଭାଗରେ ଯୋଗଦାନ କରିଥିବା ନୂତନ ଅଧ୍ୟାପିକା ଚିନ୍ମୟୀ ଜେନା ଓ ଡ଼ ସ୍ନେହାଂଜଳୀ ମହାପାତ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ବିଦାୟୀ ଛାତ୍ରୀ ଶ୍ରଦ୍ଧାଂଜଳୀ ଦାସ ବିଦାୟ ସଂଗୀତ ପରିବେଷଣ କରିଥିବାବେଳେ ଅଧ୍ୟାପିକା ଏଲିନା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।