Monday , June 5 2023
Breaking News
Home / ସ୍ୱାସ୍ଥ୍ୟ / ଭୁବନ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡିଜିଟାଲ ଏକ୍ସ ରେ ଆରମ୍ଭ

ଭୁବନ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡିଜିଟାଲ ଏକ୍ସ ରେ ଆରମ୍ଭ

ଭୁବନ ୧୯/୦୫/୨୦୨୩ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଜି ଡିଜିଟାଲ ଏକ୍ସ ରେ ମେସିନ କାର୍ୟ୍ୟକ୍ଷମ ହୋଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ଶୁଭ ଉଦଘାଟନ କରିଥିଲେ। ମେଡିକାଲ୍ ଅଫିସର ଡ ରମେଶ କୁମାର ସାହୁ, ଏକ୍ସ ରେ ଟେକ୍ନିଶିଆନ ନିରୁପମା ବେହେରା , ମେଲ ହେଲ୍ଥ ୱ।ର୍କର ଅଜିତ କୁମାର ଦାଶ,ୱାର୍ଡ ଆଟେଣ୍ଡାଣ୍ଟ ଶିବପ୍ରସାଦ ମିଶ୍ର ରେକର୍ଡ କିପର ଲିଜା ରଣା ଏବଂ ଆକାଉଣ୍ଟାଣ୍ଟ ଶୁଭକାନ୍ତ ଆଚାର୍ୟ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନ ବାସୀ ଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଅର୍ଥୋପେଡିକ ରୋଗୀ ମାନେ ଏଥି ପାଇଁ ବହୁ ହିନସ୍ଥା ହେଉଥିଲେ ଓ ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହୋଇ ଢେ଼ଙ୍କାନାଳ ,କଟକ ଯାଉଥିଲେ ।

Leave a Reply

Your email address will not be published.