Monday , June 5 2023
Breaking News
Home / ସ୍ୱାସ୍ଥ୍ୟ / ନିରାକାରପୁର ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା କରୁଛନ୍ତି ନର୍ସ

ନିରାକାରପୁର ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା କରୁଛନ୍ତି ନର୍ସ

(ତଳ କର୍ମଚାରୀଙ୍କ ଉପରେ ଉପରିସ୍ଥ ଅଧିକାରୀଙ୍କ ଲଗାମ ନାହିଁ)

ଖୋର୍ଦ୍ଧା,୧୯/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)-  ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନ ନିରାକାରପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ କରାଯାଉଛି ଅବହେଳା । ଅବହେଳା କଲେ କାର୍ୟ୍ୟରତ ଥିବା ନର୍ସ । ସୁଚନା ଅନୁଯାୟୀ ସ୍ଥାନୀୟ ପଦ୍ମପୁର ଗ୍ରାମର ପବିତ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ର ଚିକିତ୍ସା ପାଇଁ ନିରାକାରପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ ।  ସେଠାରେ କାର୍ୟ୍ୟରତ ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ ପ୍ରେସକ୍ରିପସନ କରିଥିଲେ । ପ୍ରେସକ୍ରିପସନ ଚିଠା କୁ କାର୍ୟ୍ୟରତ ଥିବା ନର୍ସ ଙ୍କୁ ଦେଖାଇଥିଲେ ନର୍ସ ଦେଖି ଡ୍ରେସିଂ ନକରି ନିଜ କ୍ୱାର୍ଟର କୁ ଫ୍ରିଜ ପାଣି ପିଇବା ପାଇଁ ଯାଇ ଥିଲେ। ନାବାଳକ ପୁଅ କୁ ଧରି ଏଣେତେଣେ ହୋଇ ପବିତ୍ର ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ପାଇଁ  ପ୍ରାୟ ୩୦ ମିନିଟ୍  ଅପେକ୍ଷା ପରେ ଅନ୍ୟ ଜଣେ ପୁରୁଷ କର୍ମଚାରୀ ଚିକିତ୍ସା କରିଥିଲେ। ଚିକିତ୍ସା ହେଉଥିବା ଡ୍ରେସିଂ ରୁମ୍ ସଂପୂର୍ଣ୍ଣ ଅପରିଷ୍କାର ଥିବା ମଧ୍ୟ ଅଭିଯୋଗ କରିଛନ୍ତି ପବିତ୍ର। ଚିକିତ୍ସା ସରିବା ପରେ ନର୍ସ ଜଣକ କ୍ବାର୍ଟରରୁ ଥଣ୍ଡା ପାଣି ପିଇ ହଲି ହଲି ଆସି ଡାକ୍ତରଖାନାରେ ପହଞ୍ଚିବା ଚର୍ଚ୍ଚା ର ବିଷୟ ହୋଇଥିଲେ ମଧ୍ୟ ଦାୟିତ୍ୱ ରେ ଥିବା ଉପରିସ୍ଥ ଅଧିକାରୀ କୌଣସି ପ୍ରକାର ତାଗିଦ୍ ନକରିବା ଏଠାରେ କିଭଳି ସ୍ବାସ୍ଥ୍ୟସେବା ଚାଲିଛି ତାହା ବିରାଟ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି।

Leave a Reply

Your email address will not be published.