Friday , June 9 2023
Breaking News
Home / ଶିକ୍ଷା / ମାଟ୍ରିକ ପରୀକ୍ଷା ଫଳରେ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ଏ ୱାନ ରେ କୃତିତ୍ୱ

ମାଟ୍ରିକ ପରୀକ୍ଷା ଫଳରେ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ଏ ୱାନ ରେ କୃତିତ୍ୱ

ନିରାକାରପୁର, ୧୮/୦୫/୨୦୨୩ (ଓଡ଼ିଶା ସମାଚାର)- ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳ ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଓ ଖୋର୍ଦ୍ଧା ବ୍ଲକ ର ବିଭିନ୍ନ ହାଇସ୍କୁଲ ର ଛାତ୍ରଛାତ୍ରୀ ଏ ୱାନ ଗ୍ରେଡ ରେ କୃତିତ୍ୱ ହାସଲ କରିଛନ୍ତି।

ବିନୟ ବାରିକ

ଟାଙ୍ଗୀ ବ୍ଲକ ବାଲିପାଟପୁର ରିଫ୍ୟୁଜ ହାଇସ୍କୁଲର ଦୁଇ ଜଣ ଶ୍ରେୟଂଶୁ ମହାରଣା ୫୫୫ ଓ ସଂଗ୍ରାମ ସାହୁ ୪୫୪ ରଖି ଏ ୱାନ ରେ ଉତୀର୍ଣ ହୋଇଥିବା ବେଳେ ରାମେଶ୍ବର ହାଇସ୍କୁଲ ର ନିହାରିକା ସାହୁ ୫୫୫ ନମ୍ୱର୍ ରଖି କୃତିତ୍ୱ ହାସଲ କରିଛନ୍ତି। ସେ ପିତା ଆଦିକନ୍ଦ ସାହୁ ଓ ସଂଯୁକ୍ତା କୁମାରୀ ସାହୁଙ୍କ କନ୍ୟା ଅଟନ୍ତି।

ଅର୍ଚ୍ଚନା ଛୋଟରାୟ

ସେହିପରି କମାଗୁରୁ ହାଇସ୍କୁଲର ବିନୟ ବାରିକ ୫୪୮ ନମ୍ୱର୍ ରଖି ଏ ୱାନ ରେ କୃତିତ୍ୱ ହାସଲ କରିଥିବା ବେଳେ ସେ ପିତା ଗଗନ ବାରିକ ଓ ମାତା ସରୋଜିନୀ ବାରିକଙ୍କ ପୁଅ ଅଟନ୍ତି। ସେହିପରି ଟାଙ୍ଗୀ ବାଳିକା ହାଇସ୍କୁଲ ର ଶର୍ମିଷ୍ଠା ଚୌଧୁରୀ ୫୪୦ ଓ କୁହୁଡ଼ି ଜନତା ହାଇସ୍କୁଲ ର ଅନିତା ପାତ୍ର ୫୪୦ ମାର୍କ ରଖି ଏ ୱାନ ରେ କୃତିତ୍ୱ ହୋଇଛନ୍ତି। ଖୋର୍ଦ୍ଧା ବ୍ଲକ ଜଂକିଆ ଭଗବତ ଦେବ ବିଦ୍ୟାପୀଠ ର ଅର୍ଚ୍ଚନା ଛୋଟରାୟ ୫୪୦ ମାର୍କ ରଖି ଏ ୱାନରେ ଉନ୍ନୀତ ହୋଇଥିବା ବେଳେ ସେ ଜଂକିଆ ଜିତେନ୍ଦ୍ର ଛୋଟରାୟ ଓ ଗିତାରଣୀ ଛୋଟରାୟ ଙ୍କ କନ୍ୟା ଅଟନ୍ତି।

ନିହାରିକା ସାହୁ

ଟାଙ୍ଗୀ ବ୍ଲକ ରେ ଏ ୱାନ ରେ ୬ ଜଣ, ଏ ଟୁ ରେ ୯୩ ଜଣ ଓ ୨୦୯ ଜଣ ଛାତ୍ର ଛାତ୍ରୀ ବି ୱାନ ରେ କୃତିତ୍ୱ ହାସଲ କରିଛନ୍ତି।

Leave a Reply

Your email address will not be published.