Monday , June 5 2023
Breaking News
Home / ଶିକ୍ଷା / କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପାସ ହାର ଶତପ୍ରତିଶତ

କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପାସ ହାର ଶତପ୍ରତିଶତ

କଟକ ସଦର ୧୮/୦୫/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ ପାଳନ କରିଥିବା ଅଗ୍ରଣୀ କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର  ମାଟ୍ରିକ ପାସ ହାର ଶତ ପ୍ରତିଶତ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ସୋମନାଥ ବିଶ୍ୱାଳଙ୍କ ଠାରୁ ଜଣାପଡିଛି। ଏଥିପାଇଁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଲିପ୍ସା ରାଉତ ସର୍ବୋଚ୍ଚ ୫୫୩ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ଏ୧ ରେ ୬,ଏ୨ ରେ ୨୬, ଵି୧ ରେ ୧୫,ଵି୨ ରେ ୮ ଓ ସି ରେ ଜଣେ କୃତକାର୍ଯ୍ୟ ହୋଇଛନ୍ତି।ଏହାର ଶ୍ରେୟ ପ୍ରଧାନ ଗୁରୁଜୀଙ୍କ ସମେତ ସମସ୍ତ ଗୁରୁମା ଗୁରୁଜୀଙ୍କୁ କୃତକାର୍ଯ୍ୟ ହୋଇଥିବା ପିଲାମାନେ ଓ ଅଭିଭାବକ ମାନେ ଦେଇଛନ୍ତି  ।

Leave a Reply

Your email address will not be published.