Friday , June 9 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଜିଲା କଳାକାର ଭତା ହିତାଧିକାରୀ ସଂଘ ବୈଠକ 

ଜିଲା କଳାକାର ଭତା ହିତାଧିକାରୀ ସଂଘ ବୈଠକ 

ଡ଼ିଜିଟାଲ ପେମେଂଟ ରେ ଥିବା ସମସ୍ୟା ଦୂର କରିବାକୁ ଦାବି

ଗରଦପୁର, ୧୭/୦୫/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା କଳାକାର ଭତା ହିତାଧିକାରୀ ସଂଘ ଗରଦପୁର ଶାଖାର ଏକ ବୈଠକ ଅନୁଷ୍ଠାନର ସଭାପତି ନବଘନ ନାୟକଙ୍କ ଅଧ୍ୟକ୍ଷତାରେ ଗରଦପୁର ବ୍ଲକ୍  ସମ୍ମିଳନୀ ଗୃହରେ  ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ଧର୍ମ ରଂଜନ ପଣ୍ଡା ଓ ଅନ୍ୟତମ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା ଯୋଗ ଦେଇ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୨୦୧୮ ମସିହାରୁ ସାମିଲ ହୋଇ  ଆର୍ଥିକ ସହାୟତା ପାଉଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ଡ଼ିଜିଟାଲ ଭତା ପ୍ରଦାନ ପ୍ରଚଳନ କରାଯାଇଥିବାବେଳେ ସେଥିରେ ଥିବା କିଛି ସମସ୍ୟା କୁ ଉଚ କର୍ତୃପକ୍ଷଙ୍କ ଦୃଷ୍ଟିକୁ ନିଆଯାଇ ଯେଉଁ ହିତାଧିକାରୀ ମାନଙ୍କର ଭତା କାଗଜାଦିରେ ଅସଙ୍ଗତି ରହିଛି , ତାହା ଦୂର କରାଯାଇ ହିତାଧିକାରୀମାନେ ସେମାନଙ୍କର ପ୍ରାପ୍ୟ ପାଇବାକୁ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ଶ୍ରୀ ପଣ୍ଡା ପ୍ରତିଶୃତି ଦେଇଥିଲେ । ଏହି ଅବସର ରେ କଳାକାର ଭତା ପାଉଥିବା ଶତାଧିକ ବୟସ୍କ ହିତାଧିକାରୀମାନେ ଉପସ୍ଥିତ ହୋଇ ସେମାନଙ୍କର ବହୁବିଧ ସମସ୍ୟା ସମ୍ପର୍କରେ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଲେଖନୀୟ ଏହିକି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରୀ ହୋଇଛି । ଗରଦପୁର ବ୍ଲକ୍ ର ୧୬୩ ଜଣ ବିଭିନ୍ନ ବର୍ଗର କଳାକାର ଏହି ଯୋଜନାରେ ମାସିକ ୧୨୦୦ ଟଙ୍କା ଲେଖା ଭତା ପାଉଛନ୍ତି । ତେବେ ଯୋଜନା ଆରମ୍ଭ ରେ ଦୁଇ ବର୍ଷ ବ୍ଲକ୍ ମାଧ୍ୟମରେ ହିତାଧିକାରୀଙ୍କୁ ଭତା ଟଙ୍କା ପ୍ରଦାନ କରାଯାଉଥିଲା । ପରେ ହିତାଧିକାରୀ ମାନଙ୍କୁ ଜିଲାପାଳଙ୍କ ଅନୁମୋଦନ ରେ ଜିଲା ସଂସ୍କୃତି ବିଭାଗ ତରଫରୁ ବ୍ୟାଙ୍କ ଜରିଆରେ ଭତାଟଙ୍କା ପ୍ରଦାନ କରାଯାଉଥିଲା । ଏବେ ଏହି କଳାକାର ମାନଙ୍କୁ ଡ଼ିଜିଟାଲ ପେମେଂଟ ମାଧ୍ୟମରେ ଭୁବନେଶ୍ୱର ରୁ ଭତା ଟଙ୍କା ପ୍ରଦାନ କରାଯାଉଛି । ବର୍ଷକୁ ଥରେ ଜିବିତ ପ୍ରମାଣ ପତ୍ର , ବ୍ୟାଙ୍କ ପାସବୁକ ଓ ଆଧାର କାର୍ଡ଼ ଦାଖଲ କରାଯାଉଛି । ଏହା ସତ୍ୱେ ଏବେ ୩୦ ରୁ ଉଦ୍ଧ୍ୱର୍ ହତାଧିକାରୀଙ୍କ ଆକଉଂଟରେ ଭତା ଟଙ୍କା ମିଳିନାହିଁ । ଜଣେ ଜଣେ ହିତାଧିକାରୀ ୬/୮ ମାସ ଧରି ଭତା ଟଙ୍କା ପାଇପାରିନାହାନ୍ତି । ଫଳରେ ଏହି ବୟସ୍କ କଳାକାର ମାନେ ନିଜ ଗୁଜୁରାଣ ମେଂଟାଇବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରଦପୁର ବ୍ଲକ୍ ର ଶଶିଭୁଷଣ ମହାରଣା, ରାମଚନ୍ଦ୍ର ନାୟକ ,ଭାସ୍କର ସାହୁ, ପ୍ରଭାକର ସାହୁ , କେଶବ ସାହୁ ପ୍ରମୁଖ ୩୦ ରୁ ଉଦ୍ଧ୍ୱର୍ କାଳାକାର ଦୀର୍ଘ ୫ ମାସ ହେଲା କଳାକାର ଭତା ନପାଇ ଅଭାବ ଅନାଟନରେ ଚଳୁଥିବା ଅଭିଯୋଗ କରିଥିଲେ ।

ସେମାନେ ବ୍ଲକ୍ ଓ ଜିଲା କାର୍ଯ୍ୟାଳୟକୁ  ଯାଇ ଏ ସମ୍ପର୍କରେ ଲିଖିତ ଅଭିଯୋଗ କଲେ ମଧ୍ୟ ତାର ସୁଫଳ ମିଳୁନାହିଁ ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ତେଣୁ ସରକାରଙ୍କ ତରଫରୁ ଯେଉଁ ଡ଼ିଜିଟାଲ ପେମେଂଟ ହେଉଛି ଏବଂ ଯେଉଁ ହିତାଧିକାରୀ ମାନଙ୍କୁ ଭତା ଟଙ୍କା ଆଜି ସୁଦ୍ଧା ଅପଡ଼େଟ ହୋଇ ମିଳିପାରିନାହିଁ , ସେଥିରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି ବୟସ୍କ ହିତାଧିକାରୀମାନେ କିଭଳି ତାଙ୍କର ଭତା ଟଙ୍କା ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଏହି ବୈଠକ ମାଧ୍ୟମରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଉଦୟ କୁମାର ନାଥ, ନିଶାମଣି ନନ୍ଦି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.