ରଘୁନାଥପୁର ୧୭/୦୫/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତ ଗଣେଷ ମଣ୍ଡପ ଠାରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସରପଂଚ ବିଷ୍ଣୁୁ ଚରଣ ସେଠୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଜଗତସିଂହପୁର ମହିଳୋସ୍ଥିତ ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ଏହି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଚକ୍ଷୁ ଚିକିତ୍ସକ ବୀରଜା ପ୍ରସାଦ ମହାନ୍ତି ଉପସ୍ଥିତ ହୋଇ ଲୋକ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିବାବେଳେ ମୋତିଆବିନ୍ଦୁ ଚିହ୍ନଟ ରୋଗି ମାନଙ୍କୁ ମାଗଣାରେ ଖାଦ୍ୟପେୟ, ଯାତାୟତ ସହିତ ଚକ୍ଷୁ ଅପରେସନ୍ ର ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ଯୁବକ ସଂଘର ମୁଖ୍ୟ ବିଷ୍ଣୁ ଚରଣ ଡ଼ାଳୁଆ, ସୁମିତ କୁମାର ମୁଦୁଲି, ସୁଶାନ୍ତ କୁମାର ବେହେରା, ପବିତ୍ର କୁମାର ମୁଦୁଲି, ନୀରଂଜନ ବେହେରା, ମିର୍ଜା ଆଜାଦ୍ , ମିଲନ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।