Saturday , June 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଲେକ୍ଟ୍ରିକ୍ ମୋଟରବାଇକ୍ ଏରା ପାଇଁ ପ୍ରି-ବୁକ୍ ଅଫର୍ ଘୋଷଣା କରିଛି ମ୍ୟାଟର୍, ପ୍ରି-ବୁକିଙ୍ଗ୍ ଆସନ୍ତା ମେଁ୧୭ ତାରିଖରୁ ଆରମ୍ଭ ହେବ

ଇଲେକ୍ଟ୍ରିକ୍ ମୋଟରବାଇକ୍ ଏରା ପାଇଁ ପ୍ରି-ବୁକ୍ ଅଫର୍ ଘୋଷଣା କରିଛି ମ୍ୟାଟର୍, ପ୍ରି-ବୁକିଙ୍ଗ୍ ଆସନ୍ତା ମେଁ୧୭ ତାରିଖରୁ ଆରମ୍ଭ ହେବ

କିଭଳି ପ୍ରି-ବୁକ୍ କରିବେ ଏଠାରେ ଉଲ୍ଲେଖ ରହିଛି
ବ୍ରାଣ୍ଡ ଏରାର ଚେହେରା ଭାବେ ଅଭିନେତା ଭିକି କୌଶଲଙ୍କ ଅଭିନୀତ ଫିଲ୍ମର ଘୋଷଣା କରିଛି
. ଗ୍ରାହକମାନେ ଆସନ୍ତା ମେଁ ୧୭ ତାରିଖରୁ ମ୍ୟାଟର୍ ଡଟ୍ ଇନ୍, ଫ୍ଲିପ୍କାର୍ଟ ଡଟ୍ କମ୍ କିମ୍ବା ଓଟୋକ୍ୟାପିଟାଲ ଡଟ୍ ଇନ୍ରେ ମ୍ୟାଟର ଏରାର ପ୍ରି-ବୁକ୍ କରିପାରିବେ ଓ ଲାଭ ପାଇପାରିବେ ।
. ପ୍ରି-ବୁକିଙ୍ଗ୍ ଦେଶବ୍ୟାପୀ ୨୫ଟି ସହର ଓ ଜିଲ୍ଲାରେ ଆରମ୍ଭ ହେବ ।
. ମ୍ୟାଟର ଏରାକୁ ପ୍ରଥମ ୯୯୯୯ଟି ପ୍ରି-ବୁକିଙ୍ଗ୍ ପଇଁ ୫୦୦୦ ଟଙ୍କାର ଏକ ସ୍ୱତନ୍ତ୍ର ଲାଭ ସହିତ ପ୍ରଦାନ କରାଯିବ; ଗ୍ରାହକମାନେ ୧୯୯୯ ଟଙ୍କାରେ ପ୍ରି-ବୁକ୍ କରିପାରିବେ ।
. ୧୦,୦୦୦ ପ୍ରି-ବୁକିଙ୍ଗ୍ରୁ ୨୯,୯୯୯ ପ୍ରି-ବୁକିଙ୍ଗ୍ ପର୍ଯ୍ୟନ୍ତ, ମ୍ୟାଟର ଏରାକୁ ୨୫୦୦ ଟଙ୍କାର ଏକ ସ୍ୱତନ୍ତ୍ର ଲାଭ ସହ ପ୍ରଦାନ କରାଯିବ; ଗ୍ରାହକମାନେ ୨୯୯୯ ଟଙ୍କାରେ ପ୍ରି-ବୁକ୍ କରିପାରିବେ ।
. ଏବଂ ଏହାପରଠାରୁ ଗ୍ରାହକମାନେ ୩୯୯୯ ଟଙ୍କାରେ ପ୍ରି-ବୁକ୍ କରିପାରିବେ ।
. ପ୍ରି-ବୁକିଙ୍ଗ୍ ରାଶି କ୍ୟାନ୍ସେଲେଶନ ସ୍ଥିତିରେ ସମ୍ପୂର୍ଣ୍ଣ ରୂପେ ଫେରସ୍ତ ହେବ ।
ଅହମ୍ମଦାବାଦ, ୧୬/୫/୨୦୨୩ (ଓଡ଼ିଶା ସମାଚାର)- ଏକ ବୈଷୟିକ ଉଦ୍ଭାବନ-ଆଧାରିତ ଷ୍ଟାର୍ଟଅପ୍ ମ୍ୟାଟର୍ ଏହାର ଫ୍ଲାଗସିପ୍ ମୋଟରବାଇକ୍ ମ୍ୟାଟର୍ ଏରା ପାଇଁ ପ୍ରି-ବୁକିଙ୍ଗ୍ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି । ଏହାର ଅନ୍ ଲାଇନ୍ ପ୍ରି-ବୁକିଙ୍ଗ ଆସନ୍ତା ମେଁ ୧୭ ତାରିଖରୁ ଦେଶର ୨୫ଟି ଜିଲ୍ଲାରେ ମ୍ୟାଟର ଡଟ୍ ଇନ୍, ଫ୍ଲିପ୍କାର୍ଟ ଡଟ୍ କମ୍ ଓ ଓଟୋକ୍ୟାପିଟାଲ ଡଟ୍ ଇନ୍ ରେ ଆରମ୍ଭ ହେବ ।
ପ୍ରି-ବୁକ୍ ସହରଗୁଡିକ ହେଉଛି: ହାଇଦ୍ରାବାଦ, ବିଶାଖାପାଟନମ୍, ବିଜୟୱାଡା, କ୍ରିଷ୍ଣା, ବେଙ୍ଗାଲୁରୁ, ମହୀଶୂର, ଚେନ୍ନାଇ, କୋଏମ୍ବାଟୁର, ମଦୁରାଇ, ମୁମ୍ବାଇ, ନଭି-ମୁମ୍ବାଇ, ଥାନେ, ରାୟଗଡ, ପୁନେ, ନାଗପୁର, ନାସିକ, ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ବଡୋଦରା, ଜୟପୁର, ଇନ୍ଦୋର, ଦିଲ୍ଲୀ ଏନ୍ସିଆର୍, ପାଟ୍ନା, ଲକ୍ଷ୍ନୌ, କାନପୁର, ଗୌହାଟୀ, କାମ୍ରୁପ, କୋଲ୍କାତା, ଭୁବନେଶ୍ୱର ଓ ଖୋର୍ଦ୍ଧା ଇତ୍ୟାଦି ।
ଟେକ୍ନୋଲୋଜି ଓ ଉଦ୍ଭାବନ ମାଧ୍ୟମରେ ମ୍ୟାଟର ଏରା ଯାତାୟତକୁ ପରିବର୍ତନ କରିବା, ନୂଆ ଅନୁଭୂତି ପ୍ରଦାନ କରିବା ଏବଂ ଗାଡି ଚାଳନାର ଭବିଷ୍ୟତକୁ ପୁନଃବ୍ୟାଖ୍ୟା କରିବା ପାଇଁ ପ୍ରସ୍ତୁତ ରହିଛି । ଇଲେକ୍ଟ୍ରିକ୍ ମୋବିଲିଟି ବା ବୈଦୁ୍ୟତିକ ଯାତାୟତର ପ୍ରାରମ୍ଭିକ ଗ୍ରହଣକାରୀ ଓ ଉଦ୍ଭାବକମାନେ ଏରାକୁ ପ୍ରି-ବୁକ୍ କରିବାକୁ ସକ୍ଷମ ହେବେ ଏବଂ ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ, ବାର୍ଷିକ ଅଫର୍ ଓ ଏକ ବାର୍ଷିକ ପ୍ରି-ବୁକିଙ୍ଗ୍ ରାଶି ଭଳି ଲାଭ ପାଇପାରିବେ ।
. ମ୍ୟାଟର ଏରାକୁ ପ୍ରଥମ ୯୯୯୯ ପ୍ରି-ବୁକିଙ୍ଗ୍ ପାଇଁ ୫୦୦୦ ଟଙ୍କାର ଏକ ସ୍ୱତନ୍ତ୍ର ଲାଭ ସହିତ ପ୍ରଦାନ କରାଯିବ; ଗ୍ରାହକମାନେ ଏହାକୁ ୧୯୯୯ ଟଙ୍କାରେ ପ୍ରିବୁକ୍ କରିପାରିବେ ।
. ୧୦୦୦୦ ପ୍ରିବୁକିଙ୍ଗ୍ ରୁ ୨୯୯୯୯ ପ୍ରିବୁକିଙ୍ଗ୍ ପର୍ଯ୍ୟନ୍ତ, ମ୍ୟାଟର୍ ଏରାକୁ ୨୫୦୦ ଟଙ୍କାର ସ୍ୱତନ୍ତ୍ର ଲାଭ ସହ ପ୍ରଦାନ କରାଯିବ; ଏହାକୁ ଗ୍ରାହକମାନେ ୨୯୯୯ ଟଙ୍କାରେ ପ୍ରିବୁକ୍ କରିପାରିବେ ।
. ଏବଂ ଏହାପରଠାରୁ ଗ୍ରାହକମାନେ ଏହାକୁ ୩୯୯୯ ଟଙ୍କାରେ ପ୍ରିବୁକ୍ କରିପାରିବେ ।
. ପ୍ରି-ବୁକିଙ୍ଗ୍ ରାଶି କ୍ୟାନ୍ସେଲ୍ ହେବା ସ୍ଥିତିରେ ସମ୍ପୂର୍ଣ୍ଣ ଫେରସ୍ତ ହେବ ।
ମ୍ୟାଟର ଏରା ପ୍ରି-ବୁକିଙ୍ଗ୍ ଗୁଡିକ ପ୍ରଥମେ ଆସ, ପ୍ରଥମେ ପାଅ’ ଉପରେ ଆଧାରିତ ହେବ ଏବଂ ଆପଣ କିଭଳି ମ୍ୟାଟର ଏରାକୁ ପ୍ରି-ବୁକ୍ କରିପାରିବେ ତାହା ଏଠାରେ ଉଲ୍ଲେଖ ରହିଛି । ଆପଣ ଏରାକୁ ମ୍ୟାଟର ଡଟ୍ ଇନ୍, ଫ୍ଲିପ୍ କାର୍ଟ ଡଟ୍ କମ୍ କିମ୍ବା ଓଟୋକ୍ୟାପିଟାଲ ଡଟ୍ ଇନ ରେ ଭିଜିଟ୍ କରି ପ୍ରିବୁକ୍ କରିପାରିବେ ।
ଯଦି ଆପଣ ମ୍ୟାଟର୍ ଡଟ୍ ଇନ୍ ରେ ଭିଜିଟ୍ କରୁଛନ୍ତି ତେବେ ନିମ୍ନଲିଖିତ ପଦକ୍ଷେପଗୁଡିକୁ ଅନୁସରଣ କରନ୍ତୁ:
. ମ୍ୟାଟର୍ ଡଟ୍ ଇନ ରେ ଭିଜିଟ୍ କରନ୍ତୁ ।
. ପ୍ରିବୁକ୍ ଉପରେ କ୍ଲିକ୍ କରନ୍ତୁ ।
. ଆପଣଙ୍କର ସ୍ଥାନ, ପସନ୍ଦର ଭାରିଆଂଟ୍ ଓ ରଙ୍ଗ ଚୟନ କରନ୍ତୁ ।
. ଆବଶ୍ୟକୀୟ ବିବରଣୀ ଓ ସୂଚନା ପ୍ରଦାନ କରନ୍ତୁ ।
. ପ୍ରିବୁକିଙ୍ଗ ପ୍ରକ୍ରିୟାକୁ ଶେଷ କରିବା ପାଇଁ ପ୍ରିବୁକିଙ୍ଗ ରାଶି ପଇଠ କରନ୍ତୁ ।
– ଯଦି ଜଣେ ବ୍ୟକ୍ତି ଗୋଟିଏରୁ ଅଧିକ ଏରା ବୁକ୍ କରିବାକୁ ଚାହିଁବେ ତେବେ ସମାନ ଫୋନ୍ ନମ୍ବରରୁ ଦୁଇଟି ପର୍ଯ୍ୟନ୍ତ ଏରା ବୁକ୍ କରାଯାଇପାରିବ ।
– . ଯଦି ଆପଣ ଉଲ୍ଲେଖ କରାଯାଇଥିବା ସ୍ଥାନଗୁଡିକ ବ୍ୟତୀତ ଅନ୍ୟ କୌଣସି ସ୍ଥାନ ପାଇଁ ବୁକ୍ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣ ୱେଟ୍ ଲିଷ୍ଟରେ ଯୋଗ ଦେବା ପାଇଁ ନିଜର ସ୍ପଟ୍ କୁ ସଂରକ୍ଷିତ ରଖିପାରିବେ ଏବଂ ଏରା କେବେ ଆପଣଙ୍କ ଅଂଚଳରେ ଉପଲବ୍ଧ ହେବ ତାହା ପ୍ରଥମେ ଜାଣିପାରିବେ ।
ପ୍ରିବୁକିଙ୍ଗ୍ ଗୁଡିକ ପରେ ଚୂଡାନ୍ତ ଡେଲିଭରି ପୂର୍ବରୁ ଆପଣଙ୍କୁ ନିକଟସ୍ଥ ମ୍ୟାଟର ଏକ୍ସପେରିଏନ୍ସ ସେଂଟର୍ଗୁଡକରେ ଟେଷ୍ଟ ଡ୍ରାଇଭ୍ ପ୍ରଦାନ କରାଯିବ ।
ମ୍ୟାଟର ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଭିକି କୌଶଲଙ୍କୁ ନିଯୁକ୍ତ କରାଯାଇଛି ଏବଂ ଏହା ବିଶ୍ୱାସ କରୁଛି ଯେ, ଭାରତୀୟ ଯୁବପିଢିଙ୍କ ଭବିଷ୍ୟତମୂଖୀ ମାନସିକତାର ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିତ୍ୱ ବାସ୍ତବରେ ପୁରସ୍କାରପ୍ରାପ୍ତ ଚଳଚିତ୍ର ଅଭିନେତା ଭିକି କୌଶଲଙ୍କ ଦ୍ୱାରା ବର୍ଣ୍ଣିତ ହେଉଛି । ତାଙ୍କ ଦ୍ୱାରା ବ୍ରାଣ୍ଡର ଉପସ୍ଥାପନା ସେହି ତରଙ୍ଗ ସୃଷ୍ଟି କରିବ ଯାହା ଭାରତର ଚତୁର ଯୁବପିଢିଙ୍କୁ ପରିବର୍ତନକୁ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବ ।
ମ୍ୟାଟର ଏରାରେ ଫୁ୍ୟଚରିଷ୍ଟିକ୍ ଡିଜାଇନ୍ ଓ ଅଭିନବ ଟେକ୍ନୋଲୋଜି ରହିଛି ଯାହା ଦୁଇଚକିଆ ଯାନରେ ଯାତାୟତକୁ ବୈପ୍ଳବିକ କରିବାକୁ ପ୍ରତିଶ୍ରୁତି ଦେଉଛି । ମ୍ୟାଟର ଏରା ହେଉଛି ଭାରତର ପ୍ରଥମ ୪ସ୍ପିଡ୍ ହାଇପର୍-ସିଫ୍ଟ ଗିୟର ସହିତ ଗିୟରଡ ଇଭି ବାଇକ୍ ଯାହା କିଲୋମିଟର ପିଛା ୨୫ ପଇସାର ସୁପର-ସେଭିଙ୍ଗ୍ ମାଇଲେଜ୍ ସହିତ କେବଳ ୬ ସେକେଣ୍ଡ ମଧ୍ୟରେ ୦ରୁ ୬୦ କିମି ପ୍ରତି ଘଂଟାର ବେଗ ପ୍ରଦାନ କରିଥାଏ ।
ଏହି ଇଭି ବାଇକ୍ ଏକ ଲିକ୍ୱିଡ୍-କୁଲ୍ଡ ବ୍ୟାଟେରୀ ଓ ପାୱାରଟ୍ରେନ୍ ସହ ସୁସଜ୍ଜିତ ଯାହା ଉତାପ ପରିଚାଳନା କରିବାରେ ସାହାଯ୍ୟ କରିଥାଏ, ଓଭରହିଟିଙ୍ଗ୍ କୁ ଏଡାଇଥାଏ ଏବଂ ପାୱାରଟ୍ରେନ୍ ଓ ବ୍ୟାଟେରୀର କାର୍ଯ୍ୟଦକ୍ଷତା ଓ ଜୀବନକାଳକୁ ବୃଦ୍ଧି କରିଥାଏ । ଏକ ୫-ଏଏମପି ଅନ୍ ବୋର୍ଡ ଚାର୍ଜିଙ୍ଗ୍ ସିଷ୍ଟମ (ଯେକୌଣସି ୫-ଏଏମ୍ପି ପ୍ଲଗ୍ ସହିତ ଭାରତରେ ଯେକୌଣସି ସ୍ଥାନରେ ଚାର୍ଜ କରନ୍ତୁ) କେବଳ ଗୋଟିଏ ଚାର୍ଜରେ ୧୨୫ କିମି ରେଞ୍ଜ ଏବଂ ଏକ ୭ ଇଂଚ୍ ଟଚ୍ସ୍କ୍ରିନ୍ ସହ ଇଂଟରନେଟ୍ ସକ୍ଷମ ସଂଯୁକ୍ତ ଅନୁଭୂତି ଆଦି କିଛି ସର୍ବୋତମ ଲାଭଗୁଡିକୁ ଗ୍ରାହକମାନେ ମ୍ୟାଟର ଏରା ସହ ଅନୁଭବ କରିପାରିବେ ।
ମଡେଲ ଓ ଭାରିଆଂଟ୍ ମଡେଲ୍ ଏରା ଏରା
ଭାରିଆଂଟ୍ ୫୦୦୦ ୫୦୦୦+
ପ୍ରି-ରେଜିଷ୍ଟ୍ରେଶନ ମୂଲ୍ୟ ପ୍ରି-ରେଜିଷ୍ଟ୍ରେଶନ ମୂଲ୍ୟ ୧୪୩,୯୯୯ ୧୫୩,୯୯୯
ପ୍ରଥମ ୯୯୯୯ ପ୍ରିବୁକିଙ୍ଗ୍ ସୁପର ବାର୍ଷିକ ଅଫର୍ ୫୦୦୦ ୫୦୦୦
ପ୍ରି-ରେଜିଷ୍ଟର ମୂଲ୍ୟ ୧୩୮,୯୯୯ ୧୪୮,୯୯୯
ପ୍ରିବୁକିଙ୍ଗ ରାଶି ୧୯୯୯ ୧୯୯୯
୧୦,୦୦୦ରୁ ୨୯,୯୯୯ ପ୍ରିବୁକିଙ୍ଗ୍ ବାର୍ଷିକ ଅଫର୍ ୨୫୦୦ ୨୫୦୦
ପ୍ରି-ରେଜିଷ୍ଟର ମୂଲ୍ୟ ୧୪୧,୪୯୯ ୧୫୧,୪୯୯
ପ୍ରି-ବୁକିଙ୍ଗ୍ ରାଶି ୨୯୯୯ ୨୯୯୯
୩୦,୦୦୦ରୁ ଅଧିକ ପ୍ରିବୁକିଙ୍ଗ୍ ପ୍ରି-ରେଜିଷ୍ଟର ମୂଲ୍ୟ ୧୪୩,୯୯୯ ୧୫୩,୯୯୯
ପ୍ରି-ବୁକିଙ୍ଗ ରାଶି ୩୯୯୯ ୩୯୯୯

Leave a Reply

Your email address will not be published.