Saturday , June 3 2023
Breaking News
Home / କ୍ରୀଡ଼ା / ବାରଘରପାଟଣା  ପ୍ରିମିୟର ଲିଗ  କ୍ରିକେଟ ଉଦଯାପିତ: ଡେଂଜର କ୍ୱାଲିଟି ଚାମ୍ପିଅନ

ବାରଘରପାଟଣା  ପ୍ରିମିୟର ଲିଗ  କ୍ରିକେଟ ଉଦଯାପିତ: ଡେଂଜର କ୍ୱାଲିଟି ଚାମ୍ପିଅନ

ନିରାକାରପୁର, ୧୫/୦୫/୨୦୨୩ (ଓଡ଼ିଶା ସମାଚାର)- ମା’ଜୟ ଦୁର୍ଗା କ୍ରିକେଟ ଆସୋସିଏସନ,ବାରଘରପାଟଣା, ଧଉଳିମୁହଁ,ଖୋରଧା ଠାରେ ଅନୁଷ୍ଠିତ ପ୍ରିମିୟର ଲିଗ କ୍ରିକେଟ ଖେଳର ଅନ୍ତିମ ଖେଳ ଇତିମଧ୍ୟରେ ଉଦଯାପିତ ହୋଇଯାଇଅଛି । ଅନ୍ତିମ ଦିବସରେ ଡେଂଜର କ୍ୱାଲିଟି ବନାମ ମା’ୱାରୀୟର୍ସ ଭେଟି ମା ‘ୱାରିୟର୍ସ ୮ ଓଭରରେ ୩୫ରନ ସଂଗ୍ରହ କରି ରନର୍ସ ଅଫ ହୋଇଥିବା ବେଳେ ଡେଂଜର କ୍ୱାଲିଟି ୮ ଓଭରରେ ୪୪ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଅନ୍ତିମ ଖେଳରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ  ମହାପାତ୍ର  ଯୋଗଦେଇ ରନର୍ସ ଅଫ ଏବଂ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିବାସହ ଖେଳ ଭାଇଚାରା ମନୋଭାବ ସୁଷ୍ଟି କରିବାସହ ଏକଗ୍ରତା ଓ ପ୍ରତିଯୋଗିତା ମୂଳକ ମନୋଭାବ ମନଭିତରେ ଉଦ୍ରେକ କରିଥାଏ କହିବା ସହିତ ଆୟୋଜକ ଏବଂ ସମସ୍ତ କ୍ରୀଡା ପ୍ରେମୀ ଦର୍ଶକ ମାନଙ୍କୁ ଅଭିଭାଷଣ ପ୍ରସଙ୍ଗରେ ସାଧୁବାଦ ଜଣାଇଥିଲେ। ଉକ୍ତ ଖେଳକୁ କୈଳାସ ମାଟି ଏବଂ ମାନସ ରଞ୍ଜନ ବରାଳ ପରିଚାଳନା କରିଥିବା ବେଳେ ଆସୋସିଏସନର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published.