Sunday , September 24 2023
Home / ବିଶେଷ / ସମ୍ବଲପୁର ସର୍କଲ ଜେଲରେ କଏଦୀ ଙ୍କ ଆତ୍ମହତ୍ୟା

ସମ୍ବଲପୁର ସର୍କଲ ଜେଲରେ କଏଦୀ ଙ୍କ ଆତ୍ମହତ୍ୟା

ସମ୍ବଲପୁର,୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ସମ୍ବଲପୁର ସର୍କଲ ଜେଲରେ ଜଣେ କଏଦୀ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ ହେଉଛନ୍ତି ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ(୩୫)। ସେ ଗତକାଲି ଏକ ପାରିବାରିକ କଳହ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ସମ୍ବଲପୁର ସର୍କଲ ଜେଲକୁ ଆସିଥିଲେ। ଆଜି ବଢ଼ି ଭୋର ସମୟରେ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏ ସଂପର୍କରେ ଜାଣିବା ପରେ ଜେଲ କର୍ତ୍ତୃପକ୍ଷ ଧରଣୀଧର ଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଜେଲ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *