Sunday , September 24 2023
Breaking News
Home / ବିଶେଷ / ସମ୍ବଲପୁର ଟ୍ରିପିଲ ମର୍ଡ଼ର ର କାରଣ ଏବେ ବି ଅସ୍ପଷ୍ଟ

ସମ୍ବଲପୁର ଟ୍ରିପିଲ ମର୍ଡ଼ର ର କାରଣ ଏବେ ବି ଅସ୍ପଷ୍ଟ

ସମ୍ବଲପୁର ,୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ସମ୍ବଲପୁର ଧନୁପାଲି ସୁନାପାଲି ଅଞ୍ଚଳରେ ଗତକାଲି ଏକ ବନ୍ଦ ଘର ମଧ୍ୟରୁ ମା ଓ ୨ ଶିଶୁଙ୍କ ମୃତ ଦେହ ଉଦ୍ଧାର ଘଟଣା ଏବେ ବି କାରଣ ଅସ୍ପଷ୍ଟ ରହିଛି । ମା’ ସହ ୨ ଶିଶୁଙ୍କୁ କିଏ ଓ କାହିଁକି ହତ୍ୟା କଲା ? ଗତକାଲି ସେହି ଘରକୁ ସିଲ କରାଯାଇଥିଲା । ଆଜି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ମଧ୍ୟରୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଦରରେ ଢଙ୍କା ହୋଇଥିବା ମାଆ ଓ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତିନି ଜଣଙ୍କୁ ହତ୍ୟା କରି ଘରେ ତାଲା ପକାଇ ଦୁର୍ବୃତ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ମୃତକମାନେ ହେଉଛନ୍ତି ମା ସଜିଆ ପରବୀନ (୩୨), ପୁଅ ଅବଦୁଲ ରେହମାନ (୧୦) ଓ ଝିଅ ହୁମାଇରା ତାଇବା (୮)। ମୃତକମାନେ ମା’ ଓ ତାଙ୍କର ପୁଅ ଓ ଝିଅ ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ୨ ବର୍ଷ ତଳେ ମୃତ ମହିଳାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । କିଛି ଦିନ ହେଲା, ଜଣେ ଯୁବକଙ୍କର ସହ (ରଙ୍ଗମିସ୍ତ୍ରୀ ) ତାଙ୍କର ସଂପର୍କ ଗଢ଼ି ଉଠିଥିଲା । ସଂପୃକ୍ତ ଯୁବକ ମଧ୍ୟ ତାଙ୍କ ଘରକୁ ନିୟମିତ ଯିବା ଆସିବା କରୁଥିଲେ । ଗତ ୧୫ଦିନ ହେଲା ଘରଟି ବାହାରୁ ତାଲା ପଡି ବନ୍ଦ ରହିଥିଲା। ତାଙ୍କର କୌଣସି ପତ୍ତା ମିଳୁନଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ହାତ ଥିବା ସନ୍ଦେହ କରାଯାଉଛି ।
୧୫ଦିନ ତଳେ ହତ୍ୟାକାଣ୍ଡ ହୋଇଥିବାରୁ ତିନୋଟି ମୃତ ଦେହ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ହତ୍ୟା କରିବା ପରେ ଶୀଘ୍ର ମୃତ ଦେହ ପଚି ଦୁର୍ଗନ୍ଧ ନବାହାରିବା ପାଇଁ ଘର ଭିତରେ ଏସି ଚାଲୁ କରି ଦୁର୍ବୃତ ଫେରାର ହୋଇଯାଇଛନ୍ତି । ଘରୁ ପଚା ଗନ୍ଧ ବାହାରୁଥିଲେ ମଧ୍ୟ, ତଳମହଲାରେ କୁକୁଡା ମାଂସ ଦୋକାନ ଥିବାରୁ, ଘରୁ ବାହାରୁଥିବା ଗନ୍ଧକୁ କିଏ ବାରି ପାରିନଥିଲେ । ହେଲେ ତଳ ମହଲାରେ ଥିବା ଦୋକାନୀ ପୋଲିସକୁ ଖବର ଦେବାପରେ ଧନୁପାଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ । ଗତକାଲି ସଂଧ୍ୟା ହୋଇଯାଇଥିବାରୁ ଘରକୁ ସିଲ କରାଯାଇଥିଲା । ଆଜି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି ।

Leave a Reply

Your email address will not be published. Required fields are marked *