Sunday , September 24 2023
Breaking News
Home / ବିଶେଷ / ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୩ ଜଣଙ୍କୁ ଗିରଫ  କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ 

ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୩ ଜଣଙ୍କୁ ଗିରଫ  କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ 

ଭୁବନେଶ୍ୱର,୧୪/୦୫/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଶାରେ କିଣା ହେଉଥିଲା ସିମ୍‌, ଆଉ  ପାକିସ୍ତାନକୁ ଦିଆଯାଉଥିଲା ଓଟିପି। ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୩ ଜଣଙ୍କୁ ଗିରଫ  କରିଛି। ନୟାଗଡ଼ ଜିଲ୍ଲାରୁ ୨ ଜଣ ଓ ଯାଜପୁରରୁ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକ। ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା ଜଣେ ଆଇଟିଆଇ ଶିକ୍ଷକ।

ଅଭିଯୁକ୍ତମାନେ ଜାଲିଆତି କରି ଅନ୍ୟ ନାଁରେ ସିମ୍ କାର୍ଡ ହାତଉଥିଲେ। ଓଟିପି ସେୟାର କରି ପାକ୍‌ରେ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲା ଯାଉଥିଲା। ଦେଶ ବିରୋଧୀ କାମରେ ଏହି ସୋସିଆଲ ମିଡିଆ ଆକାଉଣ୍ଟ ଗୁଡ଼ିକୁ ବ୍ୟବହାର କରାଯାଉଥିଲା ବୋଲି ଜଣାପଡ଼ିଛି।  ଅଭିଯୁକ୍ତଙ୍କ ନିକଟରୁ ୧୯ ଦାମୀ ମୋବାଇଲ୍, ୪୭ଟି ସିମ୍ କାର୍ଡ, ୬୧ଟି ଏଟିଏମ୍ କାର୍ଡ, ୨୩ଟି ସିମ୍‌ କଭର ଓ ଲାପଟପ ଜବତ ହୋଇଛି।

Leave a Reply

Your email address will not be published. Required fields are marked *