Sunday , September 24 2023
Home / ବିଶେଷ / ଜେଲ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

ଜେଲ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

 ଭୁବନେଶ୍ୱର, ୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ଗ୍ୟାଙ୍ଗଷ୍ଟର ରହୁଥିବା ଜେଲର ବଢିବ ସୁରକ୍ଷା ବ୍ୟବସ୍ଥା । ଜେଲ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ନିଶାଦ୍ରବ୍ୟ, ମୋବାଇଲ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଜେଲ ବିଭାଗ। ଜେଲ ଆଧୁନିକୀକରଣ ଯୋଜନାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ମନୋଜ ଛାବ୍ରା। ସେ କହିଛନ୍ତି, ଜେଲରେ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା। ଝାରପଡ଼ା ଓ ଚୌଦ୍ୱାର ପରେ ଆଉ ୭ ଟି ଜେଲକୁ ମିଳିବ ବଡି କ୍ୟାମେରା। ପ୍ରଥମ ପର୍ୟ୍ୟାୟରେ ଝାରପଡ଼ା ଓ ଚୌଦ୍ୱାରକୁ ମିଳିଥିଲା ୨୦ ଟି କ୍ୟାମେରା। ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଝାରସୁଗୁଡ଼ା, ସୁନ୍ଦରଗଡ଼,କୋରାପୁଟ ଜେଲରେ ଏହି ବ୍ୟବସ୍ଥା କରାଯିବ। ଭିଡିଓ ଗୁଡ଼ିକୁ କଣ୍ଟ୍ରୋଲ କରିବେ ସ୍ପେଶାଲ କଣ୍ଟ୍ରୋଲ ରୁମ। ବିଶେଷ କରି ଗ୍ୟାଙ୍ଗଷ୍ଟର ରହୁଥିବା ଜେଲଗୁଡିକରେ ନିଶା ସେବନ ଓ ମୋବାଇଲ ଫୋନ ବ୍ୟବହାର ହେଉଥିବା ଅଭିଯୋଗ ଆସିଛି । ତେଣୁ ଜେଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପଦକ୍ଷେପ ନେଉଛି ଜେଲ ବିଭାଗ ।

Leave a Reply

Your email address will not be published. Required fields are marked *