Monday , June 5 2023
Breaking News
Home / କ୍ରୀଡ଼ା /  କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ବାଣ ବିସ୍ଫୋରଣ : ଅଳ୍ପକେ ବର୍ତିଲେ ବିଧାୟକ

 କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ବାଣ ବିସ୍ଫୋରଣ : ଅଳ୍ପକେ ବର୍ତିଲେ ବିଧାୟକ

 ସାଲେପୁର,୧୪/୦୫/୨୦୨୩(ଓଡିଶା ସମାଚାର/ ଅଭୟ ଜେନା ) କଟକ ଜିଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଗୋପିନାଥପୁର ଖେଳ ପଡିଆରେ  କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଅଘଟଣ । ବାଣ ଫୁଟି  ଜଣେ ଯୁବକ ଗୁରୁତର ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଗଲେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା । ଗୋଟିଏ ବୋଲେରୋରେ ବାଣ ଫୁଟି ବୋଲର ଟି ଚୁରମାର  ହୋଇ ଯାଇଛି  । ମିଳିଥିବା ସୂଚନା  ମୁତାବକ ବିଧାୟକ ପ୍ରଶାନ୍ତ କୁମାର ବେହେରା ଉକ୍ତ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ପଡିଆ ର କିଛି ଦୂରରେ ବାଣ ମରାଯାଇଥିଲା ।  ଏହି ସମୟରେ ବିଧାୟକ  ଷ୍ଟେଜ ଠାରୁ ପଡିଆ ମଧ୍ୟ କୁ ପ୍ରବେଶ କରିଥିବା ବେଳେ ହଠାତ ଏକ ବାଣ ଆସି ଷ୍ଟେଜ ଉପରେ ପଡିବା ସହ  ବୋଲେରୋ ଗାଡି ମଧ୍ୟ ଛାରଖାର ହୋଇଯାଇଥିଲା। ବୋଲେରୋ ଗାଡି ପାଖରେ ଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଗୁରୁତର ଆହତ  ଅବସ୍ଥାରେ ଚିକିତ୍ସା ପାଇଁ କଟକ ମେଡିକାଲ ରେ   ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published.