ସମ୍ବଲପୁର, ୧୩/୦୫/୨୦୨୩ (ଓଡ଼ିଶା ସମାଚାର)- ସମ୍ବଲପୁର ଧନୁପାଲୀ ଥାନା ଅନ୍ତର୍ଗତ ସୁନାପାଲୀ ଅଂଚଳର ଏକ ବନ୍ଦ୍ ଘର ମଧ୍ୟରୁ ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଶିଶୁ । ଦୁଇ ଶିଶୁ ଙ୍କ ମଧ୍ୟରେ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ । ମୃତକମାନେ ହେଉଛନ୍ତି ମା ସଜିଆ ପରବୀନ (୩୨), ପୁଅ ଅବଦୁଲ ରେହମାନ (୧୦) ଓ ଝିଅ ହୁମାଇରା ତାଇବା (୮)। ମୃତକମାନେ ମା’ ଓ ତାଙ୍କର ପୁଅ ଓ ଝିଅ । ଚାରିଦିନ ହେଲା ସେହି ଘର ଟି ବନ୍ଦ ରହିଥିଲା । ମୃତ ଦେହ ଉପରେ ଏକ ଚଦର ଢ଼ଙ୍କାଯାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ । ସଦର ଏସ୍ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଘର ସିଲ୍ କରାଯାଇଥିବା ବେଳେ ଅତିରିକ୍ତ ଏସ୍ପି ଅଟକୋ କୁଜୁର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।