ଗରଦପୁର, ୧୩/୦୫/୨୦୨୩ (ଓଡ଼ିଶା ସମାଚାର)- କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିଜୟ ହୋଇଛି । ସେଥିପାଇଁ ପାଟକୁରା କଂଗ୍ରେସ ପକ୍ଷରୁ ବନ୍ଧସାହିସ୍ଥିତ ଦଳିୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ନେତୃତ୍ୱରେ ଆଜି ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ବାଣ ଓ ବାଜା ବଜାଇବା ସହ ଖୁସିରେ ନାଚିଥିଲେ । ଏହି ଅବସରରେ ଡ଼େରାବିଶି ବ୍ଲକ୍ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ, ଗରଦପୁର ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତି ରଂଜନ ପରିଡ଼ା , ପୂର୍ବତନ ଜିଲା ପରିଷଦ ସଭ୍ୟ ରଘୁନାଥ ସତପଥି, ପୂର୍ବତନ ଡ଼େରାବିଶି ବ୍ଲକ୍ ସଭାପତି ଅନନ୍ତ ପାତ୍ର, ସୁବାସ ସାମଲ, ଜୟଦେବ ପରିଡ଼ା, ନୀରଂଜନ ରାଉତ, ମାନସ ମଲିକ,ଗୋଲକ ଚନ୍ଦ୍ର ସ୍ୱାଇଁ, ସୁଦାମ ବାରିକ, କେଶବ ରାଉଳ, ରଂଜନ ପରିଜା, ଜ୍ୟୋତିରଂଜନ ନାୟକ, କୁମାର ପାଣି, ପୂର୍ବତନ ସରପଂଚ ସୁଖଦାନନ୍ଦ ପ୍ରଧାନ, କୃପାସିନ୍ଧୁ ସେନାପତି, ଗୋପାଳ ଚନ୍ଦ୍ର ସାହୁ, ଚିନ୍ମୟ ଦାସ, ସୁକାନ୍ତ ସାହାଣି, ଅମୂଲ୍ୟ ତ୍ରିପାଠୀ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ତେବେ କର୍ଣ୍ଣାଟକ ର ଏହି ବିଜୟ ପାଟକୁରା କଂଗ୍ରେସକୁ ଅଧିକ କ୍ରିୟାଶିଳ କରିବ ବୋଲି ପାଟକୁରା କଂଗ୍ରେସ ନେତା ଶ୍ରୀ କାନୁନଗୋ ଆଶା ବ୍ୟକ୍ତ କରିଥିଲେ ।