ଝାରସୁଗୁଡ଼ା, ୧୩/୦୫/୨୦୨୩ (ଓଡ଼ିଶା ସମାଚାର)- ଆଜି ଝାରସୁଗୁଡ଼ା ନିର୍ବାଚନ ର ଭୋଟ ଗଣତି ଚାଲିଛି । ସର୍ବଶେଷ ଖବର ଅନୁଯାୟୀ ବିଜେଡ଼ି ର ପ୍ରାର୍ଥି ଦିପାଳି ଦାସ ୧୦୭୦୦୩ ଭୋଟ ପାଇଥିବାବେଳେ ବିଜେପି ର ପ୍ରାର୍ଥି ଟଙ୍କଧର ତ୍ରିପାଠୀ ୫୮,୩୮୪ ଭୋଟ ପାଇଛନ୍ତି ଓ କଂଗ୍ରେସର ତରୁଣ ପାଣ୍ଡେ ମାତ୍ର ୪୪୭୩ ଭୋଟ ପାଇଛନ୍ତି । ଅର୍ଥାତ ୪୮ହଜାର ରୁ ଅଧିକ ଭୋଟ୍ ରେ ବିଜେଡ଼ି ପ୍ରାର୍ଥି ଦୀପାଳି ଦାସ ବିଜୟ ଲାଭ କରିବା ସ୍ପଷ୍ଟ ହୋଇ ଯାଇଛି । ଗତ ନିର୍ବାଚନରେ ଦିବଂଜତ ନେତା ନବ ଦାସ ଙ୍କ ଠାରୁ ତାଙ୍କ ଝିଅ ଦିପାଳି ଅଧିକ ଭୋଟ୍ ହାସଲ କରିଥିବା ଜଣାପଡ଼ିଛି । ଖୁବ୍ ଶୀଘ୍ର ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।