Sunday , September 24 2023
Breaking News
Home / ବିଶେଷ / ଚନ୍ଦନ ଯାତ୍ରା ଉଦଯାପନୀ ଉତ୍ସବ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ

ଚନ୍ଦନ ଯାତ୍ରା ଉଦଯାପନୀ ଉତ୍ସବ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ

ଖୋର୍ଦ୍ଧା,୧୩/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲା ର ନିରାକାରପୁର ସ୍ଥିତ ଅଗ୍ରଣୀ ପ୍ରାଚୀନ ଧର୍ମାନୁଷ୍ଠାନ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ଆୟୋଜିତ ଚନ୍ଦନ ଯାତ୍ରା ର ଉଦଯାପନୀ ମହା ସମାରୋହରେ ହୋଇ ଯାଇଅଛି।ଅକ୍ଷୟ ତ୍ରୁତୀୟା ଠାରୁ ଆରମ୍ଭ ଏହି ଚନ୍ଦନ ଯାତ୍ରା ର ଆଜି ପବିତ୍ର ଭଉଁରୀ ରେ ଉଦଯାପନ ଦିବସ ଥିଲା। ଏହି ଉଦଯାପନୀ ଦିବସରେ ପରିଷଦର ସଭାପତି ଡ ମ୍ରୁତ୍ୟୁଞ୍ଜୟ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ମୁଖ୍ୟ ବକ୍ତା ଭାବେ ନିରାକାରପୁର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ ସଂଜୟ କୁମାର ମହାପାତ୍ର, ସମ୍ମାନୀତ ଅତିଥିଭାବେ ଖୋର୍ଦ୍ଧା ବିଜୁ ଜନତା ଦଳର ଉପ ସଭାପତି ବିପିନ ଜୟସିଂହ, ୧୨ ନଂ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ ଯୋଗ ଦେଇ ଏହି ୨୧ ଦିନର ଆଧ୍ୟାତ୍ମିକ କାର୍ୟ୍ୟକ୍ରମ କୁ ଭୁୟଶୀଂ ପ୍ରଶଂସା କରିଥିଲେ। ସଂପାଦକ ଗଂଗାଧର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପ ସଭାପତି ସତ୍ୟବାଦୀ ବଳବନ୍ତରାୟ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୨୧ ଦିନ ଧରି ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତୋରୀୟ ଦେଇ ଅତିଥିଗଣ ସମ୍ବର୍ଧନା କରିଥିଲେ। ସାରଙ୍ଗଧର ବଳିୟାରସିଂହ, ଲକ୍ଷ୍ମୀଧର ଦଳେଇ,ରାମନାଥ ଦାଶ, ପ୍ରକାଶ କୁମାର ଦାଶ, ଅଶୋକ କୁମାର ବାହୁବଳେନ୍ଦ୍ର, ଲକ୍ଷ୍ମୀଧର ସାମନ୍ତରାୟ, ସରୋଜ କୁମାର ରାୟ, ଅମରେନ୍ଦ୍ର ବଡପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *