ଖୋର୍ଦ୍ଧା,୮/୫/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମରେ ମାଁ ସିଧଖଣ୍ଡୁଆଳ କ୍ରିକେଟ କ୍ଳବ ତରଫରୁ ପ୍ରଥମ ବାର୍ଷିକ ଆୟୋଜିତ ହଜ ପ୍ରିମିୟର ଲିଗ୍ (H.P.L) କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ୧୦ ଓଭର ବିଶିଷ୍ଟ ପ୍ରତିଯୋଗୀତାରେ ଅନ୍ତିମ ଦିବସର ଫାଇନାଲ ମ୍ୟାଚରେ ସ୍ପର୍ଟନ ଷ୍ଟାର୍ସ ସହିତ ରୟାଲ ଷ୍ଟାର୍ସର ପ୍ରତିଯୋଗିତାରେ ସ୍ପର୍ଟନ ଷ୍ଟାର୍ସ ୬ ରନରେ ବିଜୟୀ ଲାଭ କରିଛି |ଏହି ପ୍ରତିଯୋଗିତା ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଅନେକ ଖେଳ ପ୍ରେମୀ ଆସିଥିଲେ ଏବଂ ରୋମାଞ୍ଚଭରା ପ୍ରତିଯୋଗିତାର ମଜ଼ା ଉଠେଇଥିଲେ |
ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ମାନନୀୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ବେଗୁନିଆ ବୋଲଗଡ ବ୍ଲକ ପ୍ରତିନିଧି ପ୍ରକାଶ ବିଜୁଳି ଉପସ୍ଥିତ ରହି ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରି ବିଜେତା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ଅର୍ଥରାଶି ଓ ମ୍ୟାନ ଅଫ ଦି ସିରିଜ ଓ ମ୍ୟାନ ଅଫ ଦି ମ୍ୟାଚ ଖେଳାଳୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ହଜ ଗ୍ରାମର ସମସ୍ତ ଖେଳ ପ୍ରେମୀମାନେ ଏକଜୁଟ ହୋଇ ଖେଳଟିକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ |ଏହି ପ୍ରତିଯୋଗିତା ଆସନ୍ତା ବର୍ଷ ଆହୁରି ସୁନ୍ଦର ଓ ପ୍ରତିଯୋଗିତାମୂଳକ ହେବ ବୋଲି ଖେଳପ୍ରେମୀ ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି |