ମହାକାଳପଡ଼ା, ୦୮/୦୫/୨୦୨୩ (ଓଡ଼ିଶା ସମାଚାର)- ଶ୍ରୀମଦ ଭାଗବତ ମହାମଂଚ ଓଡ଼ିଶା ପକ୍ଷରୁ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବଉଦ ଅଫିସ ନିକଟସ୍ଥ ତାରିଣି ମନ୍ଦିର ପରିସରରେ ଏହାର ପ୍ରଥମ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀମଦ୍ ଭାଗବତ ଙ୍କର ପ୍ରଚାର ପ୍ରସାର ନିମନ୍ତେ ଆହୂତ ବୈଠକରେ ଜିଲା ସଭାପତି ଅଭୟ କୁମାର ସତପଥି ପୌରହିତ କରିଥିଲେ । ବୈଠକରେ ରାଜ୍ୟ ସଭାପତି ତପନ ସାମଲ, ଜିଲା ଉପସଭାପତି ନଗେନ୍ଦ୍ର ବରାଳ, ମାର୍ଶାଘାଇ ବ୍ଲକ୍ ସଭାପତି ଶାନ୍ତିଲତା ନାୟକ ଓ ମହାକାଳପଡ଼ା ବ୍ଲକ୍ ସଭାପତି ଯୁଧିଷ୍ଟିର ଦାସ ପ୍ରମୁଖ ଯୋଗଦେଇ ଶ୍ରୀମଦ୍ ଭାଗବତ ଙ୍କ ପ୍ରଚାର ପ୍ରସାର ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଯୋଗ ଦେଇଥିବା ୬୦ ଗୋଟି ଭାଗବତ ପିଣ୍ଡିକୁ ଶ୍ରୀବଦ ଭାଗବତ ମହାମଂଚରେ ଅନୁବନ୍ଧିତ କରାଯାଇଥିଲା । ଶ୍ରୀମଦ୍ ଭାଗବତଙ୍କର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଆଗାମି ଦିନରେ ପ୍ରତ୍ୟେକ ପିଣ୍ଡିକୁ ଏକ ଭାଗବତ ପୁସ୍ତକ, ବ୍ୟାସାସନ ଓ ଉତରତ୍ନ ମହାମଂଚ ପ୍ରଦାନ କରିବ ବୋଲି ଘୋଷଣା କରାଯାଇଥିଲା । ପରିଶେଷରେ ସମ୍ପାଦିକା ଅର୍ଚନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Home / ପର୍ଯ୍ୟଟନ ଓ ସଂସ୍କୃତି / ଶ୍ରୀମଦ ଭାଗବତ ମହାମଂଚ ଓଡ଼ିଶା ପକ୍ଷରୁ ମହାକାଳପଡ଼ାରେ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ