କଟକ,୦୮୭/୫/୨୦୨୩(ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜା ଅନ୍ତର୍ଗତ ଗୋବିନ୍ଦପୁର ଖେଳ ପଡିଆରେ ୪ଟି ଟିମ କୁ ନେଇ କ୍ରିକେଟ ମ୍ୟାଚ୍ ହୋଇଯାଇଛି । ଫାଇନାଲରେ ପ୍ଲେମ୍ ବୟେଜ ଟିମ କୁ ହରାଇ ରାଧାମୋହନ ସୁପର କିଙ୍ଗ ବିଜୟୀ ହୋଇଛି । ବିଜେତା ଟିମକୁ ୨ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ-ଅପ୍ ଓ ଟିମ କୁ ୧ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁଲିଲ କୁମାର ସାହାଣୀ , ମାନସ ଚୌଧୁରୀ,ପ୍ରସନ୍ନ କୁମାର ବେହେରା,ସଚିତ୍ର ମୁଦୁଲି ଉପସ୍ଥିତ ରହି ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଏହି କ୍ରିକେଟ ମ୍ୟାଚ ଗୋବିନ୍ଦପୁର ୟୁଥ୍ କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିଲା ଏଥିରେ ହାପି ସେଠୀ,ସ୍ମୃତି ରଥ,ସୂର୍ୟ୍ୟ ରଥ, ସୁନିଲ ସାହାଣୀ,ଅଶ୍ଵିନୀ ସାହାଣୀ, ସୂର୍ୟଜିତ ରଥ,ସନ୍ଦୀପ ମୁଦୁଲି, ପ୍ରସନ୍ନ ପରିଡା ପ୍ରମୁଖ ସହଯୋଗ କରିଥିଲେ ।