Monday , June 5 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱରରେ କନସେନଟି୍ରକ୍ସର ଗ୍ରାହକ ଅଭିଜ୍ଞତା କେନ୍ଦ୍ର ଉଦଘାଟିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱରରେ କନସେନଟି୍ରକ୍ସର ଗ୍ରାହକ ଅଭିଜ୍ଞତା କେନ୍ଦ୍ର ଉଦଘାଟିତ

ଅର୍ଥନୈତିକ ଅଭିବୃଦ୍ଧି ସହିତ ଅଂଚଳରେ ଚାକିରି ସୁଯୋଗ ଆଣିବା ପାଇଁ କନସେନଟି୍ରକ୍ସର ଲକ୍ଷ୍ୟ

ଭୁବନେଶ୍ୱର, ୦୬/୦୫/୨୦୨୩ (ଓଡ଼ିଶା ସମାଚାର)- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ବିଶ୍ୱ ଗ୍ରାହକ ଅଭିଜ୍ଞତା ସମାଧାନ ଏବଂ ଟେକ୍ନୋଲୋଜି କମ୍ପାନୀ କନସେନଟି୍ରକ୍ସର ଏକ ଅତ୍ୟାଧୁନିକ ଗ୍ରାହକ ଅଭିଜ୍ଞତା କେନ୍ଦ୍ରର ଉଦଘାଟନ କରିଛନ୍ତି । କନସେନଟି୍ରକ୍ସ ଭୁବନେଶ୍ୱରରେ ଯୋଗଦାନ ସହିତ ଦେଶର ୧୪ ଟି ସହରରେ କାର୍ଯ୍ୟ କରି ଭାରତରେ ନିଜର ଉପସ୍ଥିତିକୁ ଅଧିକ ବିସ୍ତାର କରିପାରିଛି ।

୧୩୦୦ରୁ ଅଧିକ ବସିବା କ୍ଷମତା ସହିତ ୪୨୦୦୦ ବର୍ଗଫୁଟ ଅଂଚଳରେ ବିସ୍ତାର ସହିତ ନୂତନ ସାଇଟ୍ ଶିଳ୍ପ ଭୂଲମ୍ବରେ ଗ୍ରାହକମାନଙ୍କୁ ବେଶ ସୁହାଇବ । ସହରର ମଧ୍ୟଭାଗରେ ଅବସ୍ଥିତ ନୂତନ ଗ୍ରାହକ ଅଭିଜ୍ଞତା କେନ୍ଦ୍ର କାର୍ଯ୍ୟକ୍ଷମତାକୁ ସୁଦୃଢ କରିବା ପାଇଁ ଅତ୍ୟାଧୁନିକ ଭିତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସୁସଜ୍ଜିତ ହୋଇଛି ।

ଭୁବନେଶ୍ୱରରେ ଏକ ନୂତନ ବିତରଣ କେନ୍ଦ୍ର ଆରମ୍ଭ କରିବାର ନିଷ୍ପତି ସହରର ରଣନୀତିକ ସ୍ଥାନ, କୁଶଳୀ ଶ୍ରମିକ ଏବଂ ବ୍ୟବସାୟ ଅନୁକୂଳ ପରିବେଶ ଉପରେ ଆଧାରିତ ଥିଲା । ଆଧୁନିକ ଭିତିଭୂମି ଏବଂ ଉକôୃଷ୍ଟ ସଂଯୋଗୀକରଣ ଭୁବନେଶ୍ୱରକୁ କନସେନଟି୍ରକ୍ସ ପାଇଁ ଏହାର କାର୍ଯ୍ୟକୁ ବିସ୍ତାର କରିବା ପାଇଁ ଏକ ଆଦର୍ଶ ସ୍ଥାନ ହୋଇପାରିବ ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି, “ଭୁବନେଶ୍ୱରରେ କନସେନଟି୍ରକ୍ସ ଗ୍ରାହକ ଅଭିଜ୍ଞତା କେନ୍ଦ୍ର ଖୋଲିବା ଅର୍ଥନୈ÷ତିକ ଅଭିବୃଦ୍ଧି ତଥା ଓଡିଶାବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ଏବଂ ଆମେ ଏହା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ସେମାନଙ୍କ ବୃଦ୍ଧିରେ ସାହାଯ୍ୟ କରିବା ପାଇଁ ଆବଶ୍ୟକିୟ ଭିତିଭୂମି ଏବଂ ବ୍ୟବସାୟକୁ ସହାୟତା କରିବ । ନୂତନ କେନ୍ଦ୍ର କନସେନଟି୍ରକ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ପ୍ରତିନିଧିତ୍ୱ କରେ ଏବଂ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ୱରକୁ ଆମର ପାରଦର୍ଶୀତା ଆଣିବା ଏବଂ ସ୍ଥାନୀୟ ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ ଆମେ ଉତ୍ସାହିତ । ଆମର ଲୋକ-ଅଭ୍ୟାସ, ଶିକ୍ଷା ଏବଂ ବିକାଶରେ ବିନିଯୋଗ ଏବଂ ଅଭିବୃଦ୍ଧି ସୁଯୋଗ ସ୍ଥାନୀୟ ପ୍ରତିଭାଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବାରେ ସାହାଯ୍ୟ କରିବ ବୋଲି କନସେନଟି୍ରକ୍ସର ବରିଷ୍ଠ ଉପ-ସଭାପତି ରଭିନ୍ଦର ରାଣା କହିଛନ୍ତି । ଉପଯୁକ୍ତ ସମର୍ଥନ ପାଇଁ ଆମେ ସରକାରଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛୁ ଯାହା ଆମ ବ୍ୟବସାୟକୁ ବ୍ୟାପକ କରିବା ଏବଂ ଆଗାମୀ ୩ ରୁ ୫ ବର୍ଷ ମଧ୍ୟରେ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆତ୍ମବିଶ୍ୱାସ ପ୍ରଦାନ କରିଛି ।

ନବସୃଜନ, କାର୍ଯ୍ୟକ୍ଷମ ଉକôର୍ଷ ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ କନସେନଟି୍ରକ୍ସର ନିରନ୍ତର ପ୍ରତିବଦ୍ଧତା ଏହାକୁ ବିଶ୍ୱସ୍ତରିୟ ସର୍ବୋଚ୍ଚ ତଥା ବୃହତମ ସିଏକ୍ସ ସମାଧାନ ଏବଂ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଭାବରେ ସ୍ଥାନିତ କରିବାରେ ଲାଗିଛି ।

Leave a Reply

Your email address will not be published.