Monday , June 5 2023
Breaking News
Home / କୃଷି / ବନ୍ଧକାଟିଆ ସେବା ସମବାୟ ସମିତି ରେ ଚାଷୀ ମାନଙ୍କ ଅଭିଯୋଗ ର ତଦନ୍ତବେଳେ ଉତ୍ତେଜନା

ବନ୍ଧକାଟିଆ ସେବା ସମବାୟ ସମିତି ରେ ଚାଷୀ ମାନଙ୍କ ଅଭିଯୋଗ ର ତଦନ୍ତବେଳେ ଉତ୍ତେଜନା

ନିଶ୍ଚିନ୍ତକୋଇଲି,୦୬/୦୫/୨୦୨୩ (ଓଡିଶା ସମାଚାର /ଅଭୟ ଜେନା)  -କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବନ୍ଧକାଟିଆ ସେବା ସମବାୟ ସମିତି ରେ ବ୍ୟାପକ ଅନିୟମିତତା, ଧାନଚାଷୀଙ୍କ ଠାରୁ ଧାନ କ୍ରୟ ନକରି ବ୍ୟବସାୟୀ ଙ୍କ ଠାରୁ କ୍ରୟ କରିବା, ସମବାୟ ସମିତି ରେ ପଞ୍ଜିକୃତ ଚାଷୀ ଙ୍କୁ ବିଭିନ୍ନ ଉପାୟରେ ହଇରାଣ କରି ଧାନ କିଣିବାରେ ଟାଳ ଟୁଳ ନୀତି ଅବଲମ୍ବନ କରିବାରୁ ଚାଷୀ ମାନେ ଘୋର ସଙ୍କଟ ର ସମ୍ମୁଖୀନ ହେଉଛନ୍ତି । ସମିତି ର ସମ୍ପାଦକ ଙ୍କ ମନମାନି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଥିବାରୁ ଶନିବାର ସମିତି କାର୍ୟ୍ୟାଳୟ ରେ ବିଭାଗିୟ ଅଧିକାରୀ ମାନେ ପହଁଞ୍ଚି ତଦନ୍ତ କରିଛନ୍ତି । ତଦନ୍ତ ସମୟରେ ଶତାଧିକ ଚାଷୀ ଅସନ୍ତୋଷ ବ୍ୟକ୍ତ କରିବା ସହ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଉପସ୍ଥିତ ଚାଷୀ ମାନେ ସମ୍ପାଦକ ଙ୍କର ତୁରନ୍ତ ବଦଳି ଦାବିକରିବା ସହ ଚାଷୀ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.