Friday , June 9 2023
Home / ଶିକ୍ଷା / ସାଲେପୁର  ଫାର୍ମାସୀ କଲେଜ ର ଚାଳିଶ ତମ ବାର୍ଷିକ ଉତ୍ସବ

ସାଲେପୁର  ଫାର୍ମାସୀ କଲେଜ ର ଚାଳିଶ ତମ ବାର୍ଷିକ ଉତ୍ସବ

ସାଲେପୁର,୦୩/୦୫/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ଇନଷ୍ଟିଚି଼୍ୟୁଟ ଅଫ ଫାର୍ମାସୀ ଆଣ୍ଡ ଟେକନୋଲୋଜି ର ଚାଳିଶ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି । ବୁଧବାର ଆୟୋଜିତ ଭବ୍ୟ ସମାରୋହ ରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଡିଏମଇଟି ଡାକ୍ତର ବ୍ରଜ କିଶୋର ଦାଶ, ସମ୍ମାନୀତ ଅତିଥି ଭାବେ ସମାଜ ର ପୂର୍ବତନ ସମ୍ପାଦକ ଡ଼କ୍ଟର ପ୍ରମୋଦ କୁମାର ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ବାବାଜୀ ଚରଣ ପଟ୍ଟନାୟକ ଯୋଗ ଦେଇ ଫାର୍ମାସିଷ୍ଟ ମାନଙ୍କର ସମାଜ ପ୍ରତି ରହିଥିବା ଗୁରୁତ୍ୱପୂର୍ଣ ଭୂମିକା ସମ୍ପର୍କ ରେ ଅବତାରଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଦେବୀପ୍ରସାଦ ଦାଶ, ପରିଚାଳନା କମିଟି ସଦସ୍ୟ ପୃଥୁୟୀ ବଲ୍ଲଭ ପଟ୍ଟନାୟକ, ସମ୍ପାଦକ ରବୀନ୍ଦ୍ର ନାଥ କର ପ୍ରମୁଖ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ଼କ୍ଟର ସନ୍ତୋଷ କୁମାର ମହାପାତ୍ର  ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମ ରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀମତୀ ବିପାସା ବେହେରା ସ୍ୱାଗତ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିଶ୍ୱ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମ କୁ କଲେଜ ର ସମସ୍ତ ଅଧ୍ୟାପକ କର୍ମଚାରୀ ସୁପରିଚାଳନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.