Monday , June 5 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ ଵୟାଳିଶମୌଜାରେ ଲାଗିଲା ଟଙ୍କା ଦିପୋଜିଟ୍ ମେସିନ

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ ଵୟାଳିଶମୌଜାରେ ଲାଗିଲା ଟଙ୍କା ଦିପୋଜିଟ୍ ମେସିନ

କଟକ , ୨୯/୦୪/୨୦୨୩ (ଓଡ଼ିଶା ସମାଚାର)- କଟକ ସଦର ଵୟାଳିଶମୌଜା ଉପକଣ୍ଠ କଳପଡା ବଜାରସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଦୁଇମହଲା କୋଠା ତଳ ଏଟିଏମ୍ ମେସିନ୍ ନିକଟରେ ଟଙ୍କା ଉଠାଣ ଓ ଦିପୋଜିଟ୍ ମେସିନ ଲାଗିଛି । ଯାହାଦ୍ବାରା ୪୨ମୌଜା ଓ ଅନ୍ୟ ଅଞ୍ଚଳବାସୀ ମାନେ ବ୍ୟାଙ୍କ ଖୋଲା ଓ ବନ୍ଦ ଥିଲେ ଏଥିରୁ ଉପକୃତ ହୋଇପାରିବେ ବୋଲି ବ୍ୟାଙ୍କ ଶାଖା ପ୍ରବନ୍ଧକ ସୁନୀଲ କୁମାର ସାହାଣୀ ଓ ଆସିଷ୍ଟାଣ୍ଟ ମ୍ୟାନେଜର ରମେଶ ଚନ୍ଦ୍ର ମୁଦୁଲି ପ୍ରକାଶ କରିଛନ୍ତି ।  ଏତଦ୍ୱାର ବ୍ୟାଙ୍କ ବନ୍ଦ ଥିବା ସମୟରେ ମଧ୍ୟ ଲୋକେ ଏହି ମେସିନ୍ ସାହାଯ୍ୟରେ ନିଜେ ଟଙ୍କା ଜମା କରିପାରିବେ । ଉକ୍ତ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସାହାଣୀ କହିବା ମୁତାବକ ଏହି ମେସିନର ବିଶେଷତା ହେଲା ଗ୍ରାହକ ଏଟିଏମ୍ କାର୍ଡ ବ୍ୟବହାର ନ କରି ମଧ୍ୟ ଆକାଉଣ୍ଟ ଓ ମୋବାଇଲ୍ ନମ୍ୱର୍ ଦ୍ୱାରା ଟଙ୍କା ଜମା କରାଯାଇ ପାରିବ ।

Leave a Reply

Your email address will not be published.