Friday , June 9 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ମୃତ ଶ୍ରମିକଙ୍କ ପରିବାରୁ ନିଯୁକ୍ତି ଓ କ୍ଷତି ପୂରଣ ଦିଆଯିବାକୁ ନିଷ୍ପତି

ମୃତ ଶ୍ରମିକଙ୍କ ପରିବାରୁ ନିଯୁକ୍ତି ଓ କ୍ଷତି ପୂରଣ ଦିଆଯିବାକୁ ନିଷ୍ପତି

ଭଦ୍ରକ୍,୨୨/୦୪/୨୦୨୩ (ଓଡ଼ିଶା ସମାଚାର)-ଭଦ୍ରକ୍ ଚାନ୍ଦିଆସ୍ଥିତ ଫେକର କାରଖାନା କାମ କରୁଥିବାବେଳେ ନିଆଁ ଝୁଲ ପଡ଼ି ଦୁଇ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଉନ୍ନତମାନର ଚିକିତ୍ସା ପାଇଁ ଏୟାରଲିଫ୍ଟ ଯୋଗେ ମୁମ୍ବାଇସ୍ଥିତ ବର୍ଣ୍ଣ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ ରବିବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ରତିକାନ୍ତ ସୂତାର ନାମକ ଜଣେ ଆହତ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।ଏବେ ଗତକାଲି ରାତିରେ ଅନ୍ୟ ଆହତ ଶ୍ରମିକ ବିଜୟ ମହାପାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତ ଦୁଇ ଶ୍ରମିକଙ୍କ ପରିବାରରୁ ଜଣଙ୍କୁ କମ୍ପାନୀରେ ନିଯୁକ୍ତି ଦିଆଯିବା ସହ ତାଙ୍କ ପିଲାଙ୍କ ଭବିଷ୍ୟତ ଦାୟିତ୍ୱ ନେବା ସହିତ କ୍ଷତି ପୂରଣ ମଧ୍ୟ ପ୍ରଦାନ କରିବ । ଦୁଇ ଆହତ ଶ୍ରମିକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଭଦ୍ରକ ଜିଲାପାଳ ସ୍ପଷ୍ଟ କରିଛନ୍ତି । ଜିଲାପାଳ ଓ ଏସପି କମ୍ପାନୀ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ମୃତ ଦୁଇ ଶ୍ରମିକଙ୍କ ପରିବାରୁ ଜଣଙ୍କୁ କମ୍ପାନୀରେ ନିଯୁକ୍ତି, ପିଲାଙ୍କ ଭବିଷ୍ୟତ ଦାୟିତ୍ୱ ନେବା ସହିତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଛି । ଏଥି ସହିତ କମ୍ପାନୀ ପରିସରରେ ଶ୍ରମିକ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ।

Leave a Reply

Your email address will not be published.