ଭଦ୍ରକ୍,୨୨/୦୪/୨୦୨୩ (ଓଡ଼ିଶା ସମାଚାର)-ଭଦ୍ରକ୍ ଚାନ୍ଦିଆସ୍ଥିତ ଫେକର କାରଖାନା ରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା କୁ ବଢ଼ାଇ ଦିଆଯାଇଛି । ଶ୍ରମିକ ଅଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲଶ ପ୍ରଶାସନ ପକ୍ଷରୁ ଏହି କଟକଣାକୁ ବୃଦ୍ଧି କରାଯାଇଛି ।
ସୂଚନା ଯୋଗ୍ୟ କି କାମ କରୁଥିବାବେଳେ ନିଆଁ ଝୁଲ ପଡ଼ି ଦୁଇ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।
ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଉନ୍ନତମାନର ଚିକିତ୍ସା ପାଇଁ ଏୟାରଲିଫ୍ଟ ଯୋଗେ ମୁମ୍ବାଇସ୍ଥିତ ବର୍ଣ୍ଣ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କୌଣସି ଅଘଟଣ ଆଶଙ୍କାରେ ୧୪୪ ଧାରା ଜାରି କରାଯାଇଥିଲା । ତେବେ ଗତ ରବିବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ରତିକାନ୍ତ ସୂତାର ନାମକ ଜଣେ ଆହତ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।ଏବେ କମ୍ପାନୀ ପକ୍ଷରୁ ସୂଚନା ମିଳିନଥିଲେ ମଧ୍ୟ ଗତକାଲି ରାତିରେ ଅନ୍ୟ ଆହତ ଶ୍ରମିକ ବିଜୟ ମହାପାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା । ତେଣୁ କୌଣସି ଅଘଟଣ ଆଶଙ୍କାରେ ୧୪୪ ଧାରା କୁ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।