ଭୁବନେଶ୍ୱର, ୨୦/୦୪/୨୦୨୩ (ଓଡ଼ିଶା ସମାଚାର)- ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଚ୍ଚିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେପିର ପ୍ରାର୍ଥି ଟଙ୍କଧର ଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ଙ୍କ ସମେତ ୪୦ ଜଣ ଷ୍ଟାର ପ୍ରଚାରକ ନିର୍ବାଚନ ପ୍ରଚାର କରିବେ।
ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ସଭାପତି ମନମୋହନ ସାମଲ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ,ସାଂସଦ ଜୁଏଲ୍ ଓରାମ, ବୈଜୟନ୍ତ ପଣ୍ଡା, ଜୟ ନାରାୟଣ ମିଶ୍ର, ସାଂସଦ ଅପରାଜିତା ଷଢ଼ଙ୍ଗି, ପ୍ରତାପ ଷଡଙ୍ଗୀ, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱରୀ , ସମିର ମହାନ୍ତି ,ବସନ୍ତ ପଣ୍ଡା, ସୁରେଶ ପୁଜାରୀ, ସଙ୍ଗୀତା କୁମାରୀ ସିଂଦେଓ ,କନକ ବର୍ଦ୍ଧନ ସିଂଦେଓ ,ଡ଼ ସମ୍ବିତ ପାତ୍ର, ଖାରବେଳ ସ୍ୱାଇଁ, ସୁରମା ପାଢ଼ୀ, ମାନସ ମହାନ୍ତି,ଗୋଲକ ମହାପାତ୍ର, ପୃଥୀରାଜ ହରିଚନ୍ଦନ,ଲେଖାଶ୍ରୀ ସାମନ୍ତସିଂହାର,ରାଧାରଣୀ ପଣ୍ଡା,କୁସୁମ ଟେଟେ , ସୁରଜ ସୂର୍ଯ୍ୟବଂଶି ପ୍ରମୁଖ ଙ୍କ ନାମ ରହିଛି ।