ଭୁବନେଶ୍ୱର, ୨୦/୦୪/୨୦୨୩ (ଓଡ଼ିଶା ସମାଚାର)- ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନାମ ଏହି ତାଲିକାରେ ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୀପାଳିଙ୍କ ପାଇଁ ପ୍ରଚାର କରିବେ । ଆଜି ବିଜୁ ଜନତା ଦଳ (ବିଜେଡ଼ି) ଝାରସୁଗୁଡା ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।
ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପ୍ରଣବ ପ୍ରକାଶ ଦାଶ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ୟ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ଅରୁଣ ସାହୁ , ପ୍ରତାପ ଜେନା ,ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟଶଙ୍କର ମିଶ୍ର, ରୀତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରସାରଥୀ ବେହେରା, ବ୍ରଜକିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିକ୍ରମ କୁମାର ପଣ୍ଡା, ନଳିନୀ କାନ୍ତ ପ୍ରଧାନ, ସରୋଜ ମେହେର ଙ୍କ ନାମ ରହିଛି ।