Friday , June 9 2023
Home / ନିର୍ବାଚନ / ଝାରସୁଗୁଡ଼ା ଉପନିର୍ବାଚନ : ବିଜେଡି ଦଳ ର ପ୍ରାର୍ଥୀ ଦୀପାଳି ଦାସ ଙ୍କ ପ୍ରାର୍ଥୀପତ୍ର ଦାଖଲ

ଝାରସୁଗୁଡ଼ା ଉପନିର୍ବାଚନ : ବିଜେଡି ଦଳ ର ପ୍ରାର୍ଥୀ ଦୀପାଳି ଦାସ ଙ୍କ ପ୍ରାର୍ଥୀପତ୍ର ଦାଖଲ

ଝାରସୁଗୁଡ଼ା, ୧୮/୦୪/୨୦୨୩ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ବିଜେଡିର ପର୍ୟ୍ୟବେକ୍ଷକ ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ମିଶ୍ର, ମନ୍ତ୍ରୀ ରୀତା ସାହୁ, ବିଧାୟକ ପ୍ରତାପ ଜେନା, ଶାରଦା ନାଏକ, ଅଳକା ମହାନ୍ତି ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଝାରସୁଗୁଡ଼ାର ମନମୋହନ ସ୍କୁଲ ପଡ଼ିଆରୁ ହଜାର ହଜାର ଲୋକଙ୍କ ସହିତ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଦୀପାଳି ଉପଜିଲ୍ଲପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିବା ପରେ ନାମାଙ୍କନ ଦାଖଲ କରିଛନ୍ତି।

ପ୍ରଥମେ ଝାରସୁଗୁଡ଼ା ସୁନାରୀମୁଣ୍ଡାଠାରେ ଥିବା ପାଟଣେଶ୍ବରୀ ମନ୍ଦିରରେ ଦୀପାଳି ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନମୋହନ ସ୍କୁଲ ପଡ଼ିଆଠାରୁ ପ୍ରାୟ ୪ କିଲୋମିଟର ଶୋଭାଯାତ୍ରାରେ ଯାଇ ସେ ନାମାଙ୍କନ ଭରିଛନ୍ତି। ଏହି ଶୋଭାଯାତ୍ରାରେ ୧୫ ହଜାରରୁ ଅଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ନାମାଙ୍କନ ଦାଖଲ ପାଇଁ ଆଉ ମାତ୍ର ୩ଦିନ ସମୟ ଥିବାବେଳେ ଏଯାଏ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି। ଆସନ୍ତା ମେଁ ୧୦ ତାରିଖରେ ଭୋଟ ଗ୍ରହଣ ହେବ ।

Leave a Reply

Your email address will not be published.