Monday , June 5 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଫେକର କାରଖାନା ରେ କାର୍ୟ୍ୟରତ ଅବସ୍ଥାରେ ଦୂର୍ଘଟଣାରେ ଆହତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୧୪୪ ଧାରା ଅବଧି ବଢ଼ିଲା

ଫେକର କାରଖାନା ରେ କାର୍ୟ୍ୟରତ ଅବସ୍ଥାରେ ଦୂର୍ଘଟଣାରେ ଆହତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୧୪୪ ଧାରା ଅବଧି ବଢ଼ିଲା

ଭଦ୍ରକ,୧୭/୦୪/୨୦୨୩ (ଓଡ଼ିଶା ସମାଚାର)- ଭଦ୍ରକ୍ ଚାନ୍ଦିଆସ୍ଥିତ ଫେକର କାରଖାନା ରେ ଗତ ମଙ୍ଗଳବାର ଦନ କାମ କରୁଥିବାବେଳେ ନିଆଁ ଝୁଲ ପଡ଼ି ଦୁଇ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଏୟାରଲିଫ୍ଟ ଯୋଗେ ମୁମ୍ବାଇସ୍ଥିତ ବର୍ଣ୍ଣ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କୌଣସି ଅଘଟଣ ଆଶଙ୍କାରେ ୧୪୪ ଧାରା ଜାରି କରାଯାଇଥିଲା । ରବିବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଆହତ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।  ଆହତ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ଅଘଟଣ ଆଶଙ୍କାରେ ୧୪୪ ଧାରା କୁ ଆଜି ସକାଳ ୬ ଟାରୁ ୧୯ ତାରିଖ ୬ ଟା ପର୍ୟ୍ୟନ୍ତ କାରଖାନା ପରିସର ସମେତ ଆଖ ପାଖ ୨୦୦ ମିଟର ଅଂଚଳରେ ଜାରି କରାଯାଇଛି ।

Leave a Reply

Your email address will not be published.