Friday , June 9 2023
Home / ନିର୍ବାଚନ / ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଦଳିୟ ଟିକେଟ୍ ନେଲେ

ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଦଳିୟ ଟିକେଟ୍ ନେଲେ

ଭୁବନେଶ୍ୱର, ୧୬/୦୪/୨୦୨୩ (ଓଡ଼ିଶା ସମାଚାର)-ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ଶନିବାର ଦିନ ନବୀନ ନିବାସ ଆସି ଦଳୀୟ ଟିକେଟ୍ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାଳି ଓ ତାଙ୍କ ଭାଇଙ୍କ ସହ କିଛି ସମୟ ଆଲୋଚନା କରିବା ପରେ ଟିକେଟ୍ ଦେଇଛନ୍ତି। ଏହାପରେ ଦୀପାଳି କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛି, ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀଙ୍କୁ ଗର୍ବିତ କରାଇବି। ଏପ୍ରିଲ ୨୦ ପର୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ରହିଛି । ହେଲେ ଦୀପାଳି କେଉଁଦିନ ନାମାଙ୍କନ ପତ୍ର ଦାଖଲ କରିବେ, ସେ ସମ୍ପର୍କରେ କହିନାହାନ୍ତି । ଗତକାଲି ଶନିବାର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତା ୧୭ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.