ଝାରସୁଗୁଡ଼ା, ୧୦/୦୪/୨୦୨୩ (ଓଡ଼ିଶା ସମାଚାର)- ତରୁଣ ପାଣ୍ଡେ ଙ୍କୁ କଂଗ୍ରେସ ପକ୍ଷରୁ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥିୀ ଘୋଷଣା କରାଯାଇଛି । ପ୍ରାକ୍ତନ ବିଧାୟକ ବିରେନ୍ଦ୍ର ପାଣ୍ଡେ ଙ୍କ ପୁଅ ତରୁଣ ପାଣ୍ଡେ । ପୂର୍ବରୁ ବିଜେଡ଼ି ପକ୍ଷରୁ ଦିବଂଗତ ନେତା ନବ ଦାସଙ୍କ ଝିଅ ଦିପାଳୀ ଦାସ ଙ୍କ ନାମ ଘୋଷଣା କରାଯାଇଥିବାବେଳେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କାହାରି ନାମ ଘୋଷଣା କରାଯାଇନାହିଁ । ଖୁବ ଶୀଘ୍ର ବିଜେପି ପକ୍ଷରୁ ପ୍ରାର୍ଥିୀ ଙ୍କ ନାମ ଘୋଷଣା କରାଯିବବୋଲି ଆଶା କରାଯାଏ ।