Monday , June 5 2023
Breaking News
Home / କୃଷି / କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିଃ ର ବ୍ୟବସାୟିକ ସଫଳତା

କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିଃ ର ବ୍ୟବସାୟିକ ସଫଳତା

କେନ୍ଦ୍ରାପଡା,୦୩/୦୪/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ୨୦୨୨-୨୩ ଆର୍ଥôକ ବର୍ଷରେ ଉନ୍ନତ ବ୍ୟବସାୟିକ ସଫଳତା ହାସଲ କରିଛି । ଏହି ବ୍ୟାଙ୍କ ଗତ ଆର୍ଥôକ ବର୍ଷ ୨୦୨୧-୨୨ରେ ୨କୋଟି ଟଙ୍କାର ଗ୍ରସ ପ୍ରଫିଟ୍ କରିଥିବା ବେଳେ ଚଳିତ ଆର୍ଥôକ ବର୍ଷ ୨୦୨୨-୨୩ରେ ୨.୮୦କୋଟି(ଅଡିଟ ନହୋଇଥିବା) ଗ୍ରସ ପ୍ରଫିଟ୍ କରିଛି । ଏଥିପାଇଁ ବ୍ୟାଙ୍କର ପରିଚାଳନା ପରିଷଦ, କର୍ମଚାରୀ, ସର୍ବୋପରି ଜମାକାରୀ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ପରିଲକ୍ଷିତ ହେବା ସହ ବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରାଯାଇଛି । ବ୍ୟାଙ୍କର ଏହି ସଫଳତା ନିମନ୍ତେ ସଭାପତି ଶ୍ରୀ ମହାନ୍ତି ଏହାର ଶ୍ରେୟ ପରିଚାଳନା ପରିଷଦର ସମସ୍ତ ନିର୍ଦ୍ଧେଶକ/ନିର୍ଦ୍ଧେଶିକା ଓ କର୍ମଚାରୀମାନଙ୍କୁ ଦେବା ସହ ସମସ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ବଦ୍ଧ ପରିକରତା ଯୋଗୁ ଏହା ସମ୍ଭବ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀ ମହାନ୍ତିଙ୍କ ଦୃଢ ନେତୃତ୍ୱ ଓ ପରିଚାଳନା ଦକ୍ଷତାରେ କର୍ମଚାରୀମାନେ ଗଭୀର ଆସ୍ଥା ଓ ଭରସା ରଖିଛନ୍ତି ବୋଲି ପ୍ରକାଶ କରିବା ସହ ବ୍ୟାଙ୍କର ଏହି ସଫଳତାରେ ଶ୍ରୀ ମହାନ୍ତିଙ୍କ ଅଗ୍ରଣୀ ଭୂମିକା ରହିଛି ବୋଲି ସର୍ବସ୍ୱୀକାର କରିଛନ୍ତି । ଆଗାମୀ ଦିନରେ ଏହି ବ୍ୟାଙ୍କ ଆହୁରି ସଫଳତା ଲାଭ କରି ସଫଳତାର ଶୀର୍ଷ ସ୍ଥାନ ହାସଲ କରିବ ବୋଲି ବ୍ୟାଙ୍କର ଅଂଶୀଦାର ସଭ୍ୟ/ସଭ୍ୟା, କର୍ମଚାରୀ, ଜମାକାରୀ ଓ ଗ୍ରାହକମାନେ ଆଶା ପୋଷଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.