Monday , June 5 2023
Breaking News
Home / ବିଶେଷ / ସମ୍ମାନୀତ ହେଲେ ବାଲୁଗାଁ ଉପଖଣ୍ଡ ପୋଲିସ ଅଧିକାରୀ

ସମ୍ମାନୀତ ହେଲେ ବାଲୁଗାଁ ଉପଖଣ୍ଡ ପୋଲିସ ଅଧିକାରୀ

ଖୋର୍ଦ୍ଧା, ୧/୪/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ) – ଓଡ଼ିଶା ପୋଲିସ ର ୮୮ ତମ ଗଠନ ଦିବସରେ ସମ୍ମାନୀତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ପୋଲିସ ବାଲୁଗାଁ ଉପଖଣ୍ଡ ଅଧିକାରୀ ମାନସ ଚନ୍ଦ୍ର ବାରିକ। ବାଲୁଗାଁ ଉପଖଣ୍ଡ ଅଂଚଳରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ମାନସ ଚନ୍ଦ୍ର ବାରିକ ଙ୍କୁ ସମ୍ମାନୀତ କରିଛନ୍ତି ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ । ବାଲୁଗାଁ ଉପଖଣ୍ଡ ରେ କାର୍ୟରତ ଶ୍ରୀଯୁକ୍ତ ବାରିକ ତାଙ୍କ କାର୍ୟ୍ୟଶୈଳୀକୁ ନେଇ ସର୍ବଦା ଚର୍ଚ୍ଚା ରେ ରହିଥିଲେ। ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଯେକୌଣସି ପ୍ରକାର କଠୋର ସମସ୍ୟାକୁ ଜିଲ୍ଲା ପ୍ରଶାସନ ହେଉ ବା ରାଜ୍ୟ ସରକାର ହୁଅନ୍ତୁ କୌଣସି ଘଟଣାକୁ ଉପରକୁ ଛାଡିବାକୁ ଦିଅନ୍ତିନି। ଜିଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ ଉପରକୁ ଆସୁଥିବା ଚାପ ହ୍ରାସ କରି କାର୍ୟ୍ୟ କରନ୍ତି।ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଗୋ ଚାଲାଣ ଠାରୁ ଆରମ୍ଭ କରି ରାସ୍ତା ରୋକ ଭଳି ଘଟଟଣାକୁ ଅତି ଅକ୍ଳେଶରେ କାମ କରନ୍ତି ସେ । ଅଂଚଳରେ ବ୍ୟାପକ ଗୋଚାଳନ, ନୂଆ ଜଗନ୍ନାଥ ସଡକରେ ମ୍ରୁତ ଏସଆଇ ସ୍ବାଗତିକା ବେହେରାଙ୍କ ପାଇଁ ରାସ୍ତା ରୋକ ଏବେ ନିକଟରେ ୧୬ ନଂ ଜାତୀୟ ରାଜପଥ ସୁନେଇରୁପେଇ ଠାରେ ଡ୍ରାଇଭର ମହାସଂଘ ର ରାସ୍ତା ଅବରୋଧ, ନାଚୁଣୀ ହତ୍ୟା ମାମଲା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଓ ଅନେକ ଘଟଣା ଚତୁରତାର ସହ କାର୍ୟ୍ୟ କରି ଖୋର୍ଦ୍ଧା ଜିଲ୍ଲା ପୋଲିସରେ କାର୍ୟ୍ୟ ଦକ୍ଷତା ପାଇଁ ଆଗରେ ଥିଲେ। ତାଙ୍କୁ ଆଜି ସମ୍ମାନୀତ କରିଥିବାରୁ ନିରାକାରପୁର ସମ୍ବାଦିକ ସଂଘ ପକ୍ଷରୁ ମହା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବଂଶଲଙ୍କୁ ସାଧୁବାଦ ଦିଆଯାଇ ଶୀଯୁକ୍ତ ବାରିକଙ୍କୁ ଶୁଭେଚ୍ଛା ଓ ତାଙ୍କ କାର୍ୟ୍ୟଧାରାରେ ଟାଙ୍ଗୀ ଉପଖଣ୍ଡ ପୋଲିସ ଆଉ ଶକ୍ତିଶାଳୀ ହେଉ ବୋଲି କାମନା କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.