Monday , June 5 2023
Breaking News
Home / ତାଜା ଖବର / ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଅଟୋ ମଧ୍ୟରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଅଟୋ ମଧ୍ୟରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର,୦୨/୦୪/୨୦୨୩ (ଓଡ଼ିଶା ସମାଚାର)- ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଏକ ଅଟୋ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ପାଖିପାଖି ୩୦ ରୁ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ସକାଳେ  ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। କ୍ୟାମ୍ପସ ଭିତରେ ଥିବା ଅଡିଟୋରିୟମ କଡରେ ଏକ ଅଟୋରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ପାଖାପାଖି ୩୦ରୁ ୪୦ବର୍ଷ ହେବ। ସେ ଏକ ହାଫପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିବା ଦେଖାଯାଇଛି । ପୋଲିସ ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଅଟୋର ପଛପଟ ସିଟରେ ମୃତଦେହଟି ପଡ଼ିଥିବା ବେଳେ ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ମୃତକର ପରିଚୟ ମିଳିପାରିନାହିଁ। ତେବେ  ଅଟୋଟି କାହାର ଓ ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଅଟୋଟି କିପରି ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.