ଚୌଦ୍ୱାର, ୦୨/୦୪/୨୦୨୩ (ଓଡ଼ିଶା ସମାଚାର)- କ୍ରିକେଟ ଖେଳରୁ ମୁଣ୍ଡ ଗଡ଼ିଲା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ପଂଚାୟତରେ । କ୍ରିକେଟ ବ୍ୟାଟ୍ ଓ ଛୁରୀ ମାଡ଼ରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ମୃତକ ଙ୍କ ନାମ ଲକି ରାଉତ । ତାଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ହେଲେ ସେଠାରୋ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଚୌଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ କରୁଛଇ । ଓଡ଼ିଶା ସମାଚାର