Monday , June 5 2023
Breaking News
Home / ଶିକ୍ଷା / କାହ୍ନୁଚରଣ ଉଚ୍ଚ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳନ

କାହ୍ନୁଚରଣ ଉଚ୍ଚ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳନ

ଯାଜପୁର,୦୨/୦୪/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ଚଳିତ ବର୍ଷ ୮୮ତମ ଉତ୍କଳ ଦିବସ ପାଳନ ଅବସରରେ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଯାଜପୁର ଜିଲ୍ଲାର କୋରେଇ ବ୍ଲକର କାହ୍ନୁଚରଣ ଉଚ୍ଚ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏହା ମହା ଆଡମ୍ବରରେ ପାଳିତ ହୋଇଅଛି। ତର୍କଶାସ୍ତ୍ର ବିଭାଗର ଅଧ୍ୟାପିକା ଅନୂସୟା ପାତ୍ରଙ୍କ ସଂଯୋଜନାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏହି ପରିପ୍ରେକ୍ଷୀରେ ଅଧ୍ୟାପକ ମାୟାଧର ଜେନାଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପରିବେଶବିତ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଶିକ୍ଷକ ଶରତ କୁମାର ଦାସ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଜୟ କୁମାର ସାହୁ, ସ୍ମୃତିଲିପି ସାହିତ୍ୟ ପତ୍ରିକାର ସମ୍ପାଦକ ସାମ୍ବାଦିକ ଭୁବନମୋହନ ମହାନ୍ତି ଓ ପରିବେଶବିତ ପଦ୍ମଲୋଚନ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ବକ୍ତା ସାମ୍ବାଦିକ ସୁକର୍ଣ୍ଣ ରାଉତ ଯୋଗ ଦେଇ ପୂର୍ବ ପୁରୁଷ ମହାନ ଦେଶ ଭକ୍ତଙ୍କ ଯୋଗୁଁ ଆଜି ଆମେ ସାରା ବିଶ୍ବରେ ଓଡିଆ ଭାବେ ପରିଚିତ ହୋଇ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଛାତ୍ରୀ ପୂଜାରାଣି ସେଠୀ ଓ ସୁମିତ୍ରା ମଲ୍ଲିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିବା ବେଳେ ବିଜୟଲକ୍ଷ୍ମୀ ରାଉତ, ଜଗନ କୁମାର ସିଂ ଆଦି ଛାତ୍ରଛାତ୍ରୀମାନେ ବିଭିନ୍ନ ବକ୍ତବ୍ୟ ରଖିଥିଲେ। ପରି ଶେଷରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବାରୁ ଅତିଥି ମାନଙ୍କ ଦ୍ଵାରା ପୁସ୍ତକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା .ଅଧ୍ୟାପିକା ଅନୂସୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.