Monday , June 5 2023
Breaking News
Home / ଶିକ୍ଷା / କାଲି ଠାରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଖାତା ମୂଲ୍ୟାୟନ ଆରମ୍ଭ

କାଲି ଠାରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଖାତା ମୂଲ୍ୟାୟନ ଆରମ୍ଭ

କଟକ, ୦୨/୦୪/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା କାଲି ଏପ୍ରିଲ୍ ୩ ତାରିଖ ସୋମବାର ଠାରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜି(ରବିବାର) ଅପରାହ୍ନ ୩ଟାରେ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକମାନେ ଯୋଗଦେବ । ପରୀକ୍ଷକମାନେ ପହଂଚିବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ତ୍ବାବଧାନରେ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକମାନଙ୍କର ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହେବ। ମୂଲ୍ୟାୟନ ପାଇଁ ମୋଟ ୧୩ ହଜାର ପରୀକ୍ଷକଙ୍କ ତାଲିକା ପ୍ରସ୍ତୁତି କରାଯାଇଛି। ସେମାନଙ୍କ ନିଯୁକ୍ତି ବିଷୟରେ ବୋର୍ଡ ୱେବ୍ସାଇଟ୍ରେ ସୂଚନା ଜାରି କରାଯାଇଛି। ଆଜି(ରବିବାର) ପରୀକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବେ ଓ ସେଠାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ବରେ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହେବ। ଆଜି ଯେତିକି ପରୀକ୍ଷକ ଅନୁପସ୍ଥିତ ରହିବେ, ସେମାନଙ୍କ ସ୍ଥାନରେ ୱେଟିଂ ଲିଷ୍ଟରୁ ପରୀକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚୟନ କରି ମୂଲ୍ୟାୟନ କାର୍ୟ୍ୟରେ ନିଯୁକ୍ତି ଦେବେ। ରାଜ୍ୟରେ ମୋଟ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ସବୁ କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ମୂଲ୍ୟାୟନ ପରେ କେନ୍ଦ୍ରରୁ ଅନ୍ଲାଇନରେ ମାର୍କ ପୋଷ୍ଟିଂ କରାଯିବ। ମୂଲ୍ୟାୟନ କାର୍ୟ୍ୟ ୧୦ରୁ ୧୨ଦିନ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ବୋଲି ମାଧ୍ୟମିକ ଶିୀକ୍ଷା ପରିଷଦ (ବୋର୍ଡ) ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.