Monday , June 5 2023
Breaking News
Home / ବିଶେଷ / କବିତା କାନୁନଗୋଙ୍କୁ ରାଜ୍ୟ ଶିକ୍ଷକ ପୁରସ୍କାର

କବିତା କାନୁନଗୋଙ୍କୁ ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, ୦୧/୦୪/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧାଜିଲ୍ଲା ଗଣ୍ଡମୁଣ୍ଡା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କବିତା କାନୁନଗୋଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହେତୁ  ଆଦର୍ଶ ଓ କୃତୀ ଶିକ୍ଷକ ଭାବେ ରାଜ୍ୟ ସ୍ତରୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି। ଉତ୍କଳ ଦିବସ ପାଳନ ଅବସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଏହି ସମ୍ମାନ ୨୦୧୭-୧୮ ମସିହା ଶିକ୍ଷାବର୍ଷ ପାଇଁ ସେ  ପାଇଛନ୍ତି। ଅଧୁନା ସେ ଭୁବନେଶ୍ୱର  ଉପକଂଠ ଯଦୁପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟରତ ଅଛନ୍ତି । ତାଙ୍କ କୃତିତ୍ବ ପାଇଁ ଉଭୟ ଶିକ୍ଷକ ଓ ଛାତ୍ର ମହଲରେ ଖୁସିର ଲହରୀ ଖେଳି ଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.