Monday , June 5 2023
Breaking News
Home / ବିଶେଷ / ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର, ୦୧/୦୪/୨୦୨୩ (ଓଡ଼ିଶା ସମାଚାର)-  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଚଳିତ ଶିକ୍ଷାବର୍ଷର ପାଠପଢା ଏପ୍ରିଲ ୩ ତାରିଖ ଠାରୁ ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ ତାରିଖ ରୁ ସକାଳୁଆ ସ୍କୁଲ ହେବ।  ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ସ୍କୁଲରେ ପାଠପଢ଼ା ଚାଲିବ। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳୁଆ ହେବ। ଏନେଇ  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଥଳବିଶେଷରେ ସମୟ ପରିବର୍ତ୍ତନ ହୋଇପାରିବ। ଜିଲ୍ଲାପାଳ ସ୍କୁଲର ସମୟ ନିର୍ଘଣ୍ଟ କରିପାରିବେ। ସ୍କୁଲରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.