ନିରାକାରପୁର, ୦୧/୦୪/୨୦୨୩ (ଓଡ଼ିଶା ସମାଚାର)-ଜଣେ ବରିଷ୍ଠ କ୍ରୀଡା ଗୁରୁ ତଥା ନିରାକାରପୁର ଅଞ୍ଚଳ ର ଜଣାଶୁଣା ମଣିଷ ,କ୍ରୀଡା ଶିକ୍ଷକ ରାଜ କିଶୋର ଦାସଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ ଲିଭର ସିରାସିସ ରୋଗରେ ପୀଡିତ ହୋଇ ଭୁବନେଶ୍ଵର ଚିକିତ୍ସା ହେଉଥିଲେ। ତାଙ୍କ ଘର ରାମେଶ୍ବର ପଞ୍ଚାୟତ ତାଳପଡା ଗ୍ରାମରେ ହୋଇଥିଲେ ବି ସେ ସବୁବେଳେ ନିରାକାରପୁର ଅଂଚଳରେ ରହି ଅଂଚଳରେ କ୍ରୀଡାର ବିକାଶ କଥା ଚିନ୍ତା କରି ତାହାର ସଫଳ ରୂପାୟନ ପାଇଁ ଅହରହ ଚେଷ୍ଟା କରୁଥିଲେ।
ତାଙ୍କ ଉତ୍ତମ କାର୍ୟ୍ୟ ପାଇଁ ବହୁ ଅନୁଷ୍ଠାନରୁ ସମ୍ମାନୀତ ହୋଇଛନ୍ତି। ତାଙ୍କ ଶିକ୍ଷକତା ଜୀବନ ସେ ପୁରୀ ଜିଲ୍ଲା ଓଲ୍ହାଣ ହାଇସ୍କୁଲ୍ ରେ ସେ ଦୀର୍ଘ ବର୍ଷ କାଟି ଥିଲେ। ସେ ଜଣେ ମେଳାପି, ଚରିତ୍ର ବାନ ଓ ଦାୟିତ୍ବବାନ ବ୍ୟକ୍ତି ଥିଲେ। ତାଙ୍କ ମରଶରୀର ଭୁବନେଶ୍ୱରରୁ ଆସି ପହଁଚିଲା ପରେ ଏକ ଶୋଭାଯାତ୍ରାରେ ନିରାକାରପୁର ବଜାର ପରିକ୍ରମା କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ସଖାସଂଘ କ୍ରୀଡା ସଂସଦ ସଭାପତି ବିପିନ କୁମାର ରାଉତରାୟ, ସମ୍ପାଦକ ଭାଗିରଥି ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂହ, ବିଦୁ ଭୁଷଣ ମହାରଣା, ରାମମନ୍ଦିର ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ଓ ସମିତି ସଭ୍ୟ ରମେଶ ବିଶ୍ଵାଳ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଓଡ଼ିଶା ସମାଚାର