Monday , June 5 2023
Breaking News
Home / ବିଶେଷ / ଶିବାନନ୍ଦ ଆଶ୍ରମ ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ଉଦଘାଟିତ

ଶିବାନନ୍ଦ ଆଶ୍ରମ ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ଉଦଘାଟିତ

କେନ୍ଦ୍ରାପଡ଼ା, ୦୧/୦୪/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ପରାୟଣ ମହାଯଜ୍ଞ ଉଦଘାଟିତ ହୋଇଯାଇଛି । ଅଣ୍ଡରାସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ମହାଯଜ୍ଞରେ ଶ୍ରୀମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ସତସଙ୍ଗ ଏବଂ ଗୁରୁ ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଗୁରୁହିଁ ଅଜ୍ଞାନ ରୂପି ଅନ୍ଧାକାରରୁ ଆଲୋକ ଦେଖାଇ ବାଟ କଢାଉଥିବା ଏକ ଉଜ୍ଜ୍ୱଳ ଜ୍ୟୋତିପିଣ୍ଡ । ଗୁରୁହିଁ ବ୍ରହ୍ମା ରୂପରେ ମଣିଷକୁ ନୂତନ ଜନ୍ମ ଦେଇଥାନ୍ତି । ବିଷ୍ଣୁ ରୂପରେ ପାଳନ ଏବଂ ମହେଶ୍ୱର ରୂପରେ ମୋକ୍ଷ ପ୍ରଦାନ କରୁଥିବା ସାକ୍ଷାତ ପରମେଶ୍ୱର ଅଟନ୍ତି । ଆମ ଜୀବନରେ ଗୁରୁହିଁ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଗୁରୁଙ୍କ କୃପାହିଁ ଜୀବନର ପରମ ସମ୍ବଳ । ‘ସାଧୁ ସଙ୍ଗମ ନାବେ ବସି ନିସ୍ତର ଭବ ଜଳ ରାଶି’ ତେଣୁ ଦୁଃଖ, କଷ୍ଟ, ଯନ୍ତ୍ରଣା ପରିପୂର୍ଣ୍ଣ ସଂସାର ସାଗର ଅତିକ୍ରମ କରିବାକୁ ଗୁରୁହିଁ ଏକାନ୍ତ କର୍ଣ୍ଣଧାର । ‘ଏ ଜୀବ ସାଧୁ ସଙ୍ଘ ବିନୁ, ଲଭି ନପାରେ ମୋର ତନୁ’ ବୋଲି ଶ୍ରୀମା ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଅର୍ଶ୍ରିବଚନ ପ୍ରଦାନ କରିଥିଲେ । ସୁରେଶ ନାୟକଙ୍କ ସଭାପତିତ୍ୱରେ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମନ୍ଦିରର ନବୀକରଣ ସମ୍ପର୍କରେ ଆଲୋଚନା କରିବା ସହ ଭକ୍ତି ଓ ପ୍ରେମର ଏହି କାର୍ଯ୍ୟକ୍ରମକୁ ଅତିବ ମୁଖରିତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.