ଖୋର୍ଦ୍ଧା,୧/୪/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରମାବିଲି ଗ୍ରାମ ଠାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ବାଦ୍ୟ ରୋସଣି ସଂକିର୍ତ୍ତନ ସହିତ ସୁସଜିତ ହୋଇ ଗ୍ରାମର ପୁରୁଷ ଓ ମହିଳା ମାନେ ମନ୍ଦାକିନୀ ନଦୀ ଘାଟ ରୁ କଳସ ଯାତ୍ରା ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ଓ ସେଠାରେ ସୂର୍ଯ୍ୟ ପୂଜା, ଗୋ ପୂଜା, ମନ୍ଦିର ପ୍ରତିଷ୍ଠା ପର୍ବ ସହିତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଅଭିଷେକ ବିଗ୍ରହ ସ୍ଥାପନ ହୋଇଥିଲା । ଏଥିସହିତ କଳସ ସ୍ଥାପନ ଓ ପାର୍ଶ୍ୱ ଦେବତାଙ୍କ ସ୍ଥାପନ ହୋଇଥିଲା। ଏହି ପ୍ରତିଷ୍ଠା ଉତ୍ସବରେ ଗ୍ରାମବାସୀ ମାନଙ୍କ ସହିତ ଆଖପାଖ ଅଞ୍ଚଳ ର ବହୁ ମନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ।
ଏହି ପ୍ରତିଷ୍ଠା ଉତ୍ସବ ରେ ରମେଶ ଚନ୍ଦ୍ର ସୁନ୍ଦରାୟ, ମାମି ସୁନ୍ଦରାୟ, ମୂଖ୍ୟ କର୍ତ୍ତା ଥିଲେ , ଗୋଦାବରୀ କହଲସିଂହ,କୃଷ୍ଣଚନ୍ଦ୍ର ସାମନ୍ତରାୟ , ଶ୍ରୀନିବାସ ସାମନ୍ତରାୟ, ଅଜୟ ପାଇକରାୟ, ରବୀନ୍ଦ୍ର ସୁନ୍ଦରାୟ, କୈବଲ୍ୟ ସୁନ୍ଦରାୟ, ଶଙ୍କର ସାମନ୍ତରାୟ, ବିଶ୍ବମ୍ବର ବେହେରା, ବିଜୟ ପାଇକରାୟ, ସୁରେନ୍ଦ୍ର ସୁନ୍ଦରାୟ, ଚନ୍ଦ୍ରମଣି ପାଇକରାୟ, ତ୍ରିନାଥ ଉଦୟସିଂ, ନୀଳକଣ୍ଠ ମହାପାତ୍ର,ନିରଞ୍ଜନ ଅବଧାନ, ମନ୍ଦିର କର୍ତ୍ତା କେଶବ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ଓ ପୁରୋହିତ ଆନନ୍ଦ ରଥ, କୃପାସିନ୍ଧୁ ରଥଙ୍କ ଦ୍ଵାରା ପ୍ରତିଷ୍ଠା ପର୍ବ ସମ୍ପାଦନ ହେଇଥିଲା। ଓଡିଶା ସମାଚାର